ETV Bharat / state

କଳାହାଣ୍ଡିରେ ପୁଣି ୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - କଳାହାଣ୍ଡି

ବୁଧବାର କଳାହାଣ୍ଡି ଜିଲ୍ଲାରେ ୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

2corona
କଳାହାଣ୍ଡିରେ ପୁଣି ୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 29, 2020, 1:42 PM IST

ଭବାନୀପାଟଣା: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ବୁଧବାର କଳାହାଣ୍ଡି ଜିଲ୍ଲାରେ ୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ବୁଧବାର ଚିହ୍ନଟ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସ୍ଥାନୀୟ ଭବାନୀପାଟଣା ଅଞ୍ଚଳର ଥିବା ଜଣାପଡିଛି । ବାକି ଆକ୍ରାନ୍ତ ସହରର 2, 3, 7, 18 ଏବଂ 20 ନଂ ୱାର୍ଡରୁ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଏବଂ ୫ ଟି ୱାର୍ଡର ୩ କିଲୋମିଟର ପରିଧିରେ ଥିବା ଅଞ୍ଚଳକୁ ୩୦ ଜୁଲାଇ ମଧ୍ୟରାତ୍ର ଯାଏଁ ବଫର ଜୋନ ଭାବେ ଘୋଷଣା କରାଯାଇଛି।

corona
କଳାହାଣ୍ଡିରେ ପୁଣି ୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଏବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଥିବାବେଳେ ୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ଏବେବି ଜିଲ୍ଲାରେ ୭୦ ଜଣ ଆକ୍ରାନ୍ତ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.