ETV Bharat / state

କଳାହାଣ୍ଡିରେ କାୟା ମେଲାଉଛି କୋରୋନା, ଗୋଟିଏ ଦିନରେ 16 ପଜିଟିଭ

author img

By

Published : Jun 13, 2020, 8:50 PM IST

Updated : Jun 13, 2020, 9:09 PM IST

କଳାହାଣ୍ଡିରୁ ଆଉ 16 କୋରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରୋନା ଯୋଦ୍ଧା ଥିବା ସୂଚନା । ଅଧିକ ପଢନ୍ତୁ...

କଳାହାଣ୍ଡିରେ କାୟା ମେଲାଉଛି କୋରୋନା, ଗୋଟିଏ ଦିନରେ 16 ପଜିଟିଭ
କଳାହାଣ୍ଡିରେ କାୟା ମେଲାଉଛି କୋରୋନା, ଗୋଟିଏ ଦିନରେ 16 ପଜିଟିଭ

ଭବାନୀପାଟଣା: ରାଜ୍ୟରେ ମହାମାରୀର ପ୍ରକୋପ ବଢୁଥିବାବେଳେ କଳହାଣ୍ଡି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଜିଲ୍ଲାରେ ଶନିବାର ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୬ ଜଣ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ଚିହ୍ନଟ ନୂଆ ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ପଜିଟିଭଙ୍କ ମଧ୍ୟର ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି । କୋରୋନା ଯୋଦ୍ଧା ଲାଞ୍ଜିଗଡ଼ ଟିଏମସିରେ ଡିୟୁଟିରେ ଥିବାବେଳେ ଅନ୍ୟ ଆକ୍ରାନ୍ତ ପ୍ରବାସୀ ସେହି ଟିଏମସିରେ ରହୁଥିଲେ।

ସେହିପରି ଜିଲ୍ଲାର ଜୟପାଟଣା ବ୍ଲକରେ ପ୍ରଥମଥର ପାଦ ଥାପିଛି କୋରୋନା । ଆକ୍ରାନ୍ତ ବ୍ୟକ୍ତି ଜଣକ ଜୟପାଟଣା ଟିଏମସିରେ ରହୁଥିବାବେଳେ ସେ ରୁଷିଆରୁ ଫେରିଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନସୁଦ୍ଧା ଜିଲ୍ଲାରେ କୋରୋନା ପଜିଟିଭ ମାମଲା ୫୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇସାରିଥିବାବେଳେ ୩୬ ଜଣ ଏବେ ବି ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରକଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 13, 2020, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.