ETV Bharat / state

କଳାହାଣ୍ଡିରେ ପୁଣି ୧୫ ପଜିଟିଭ

author img

By

Published : Dec 9, 2020, 8:39 PM IST

କଳାହାଣ୍ଡିରେ ବଢୁଛି ଲୋକାଲ ସଂକ୍ରମଣ । ଦିନକରେ ନୂଆ 15 ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

15 new positive found in kalahandi
କଳାହାଣ୍ଡିରେ ପୁଣି ୧୫ ପଜିଟିଭ

ଭବାନୀପାଟଣା: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାବେଳେ କଳାହାଣ୍ଡିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରେ ପୁଣି ନୂଆ 15 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ଅପେକ୍ଷା ଜିଲ୍ଲାରେ ଲୋକାଲ ସଂକ୍ରମଣ ବୃଦ୍ଧି ପାଉଛି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ଅଛନ୍ତି ।

କଳାହାଣ୍ଡିରେ ପୁଣି ୧୫ ପଜିଟିଭ

ନୂଆ ଆକ୍ରାନ୍ତଙ୍କୁ ମିଶାଇ କଳାହାଣ୍ଡିରେ ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର ଊର୍ଦ୍ଧ୍ବକୁ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ହଜାର 146 ଜଣ ସୁସ୍ଥ ହୋଇଛନ୍ତି ଓ 3 ହଜାର 109 ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି ।

ଅନ୍ୟପକ୍ଷେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.