ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାଡି ଚାଲିଛି କୋରୋନା । ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ବଢାଇଛି ଚିନ୍ତା । ଯାହାକୁ ନେଇ ଜିଲ୍ଲାରେ ଏବେ କୋରୋନା ଆତଙ୍କ ଖେଳାଇ ରଖିଛି । ଶନିବାର ପୁଣି ନୂତନ 52ଟି କୋରୋନା ମାମଲା ସାମ୍ନାକୁ ଆସିଛି । ଜିଲ୍ଲାରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1300 ଛୁଇଁଛି ।
ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 11 ଜଣ ଭବାନୀପାଟଣାର । ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣ ଲେଖାଏଁ ଲାଞ୍ଜିଗଡ ଚିହ୍ନଟ ହୋଇଛନ୍ତି । କେସିଙ୍ଗାରୁ 10, ଜୁନଗଡରୁ ୮ ଜଣ କୋରୋନା ପଜିଟିଭ ମିଳିଛି । ଧର୍ମଗଡ ଓ ମଦନପୁର ରାମପୁର ଅଞ୍ଚଳରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ସେହିପରି ନର୍ଲା ଓ କୋକସରା ଅଞ୍ଚଳରୁ ୩ ଜଣ ଲେଖାଏଁ କୋରୋନା ଚିହ୍ନଟ ହୋଇଛି । କଲମପୁର ଅଞ୍ଚଳରୁ ମଧ୍ୟ ୪ ଜଣ ଆକ୍ରାନ୍ତ ।
ଶନିବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରୀ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୭ କୁ ପହଞ୍ଚିଥିବା ବେଳେ ୯୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୧ ଜଣ ଜିଲ୍ଲା ର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ