ETV Bharat / state

ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ ପାଳନ - ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ ପାଳନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ

ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି
ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି
author img

By ETV Bharat Odisha Team

Published : Oct 4, 2023, 10:05 AM IST

ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ଧର୍ମଗଡ ଉପଖଣ୍ଡ ବନ୍ଦ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ କରାଯାଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।

dg

ତେବେ ୩୭ ଦିନ ଧରି ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗଣ ଆନ୍ଦୋଳନ ଚାଲିଥିଲା । ହେଲେ ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ଆଜି କ୍ରିୟାନୁଷ୍ଠାନ କମିଟି ଧର୍ମଗଡ଼ ବନ୍ଦ କରିଛି । ହେଲେ ଏହି ବନ୍ଦରୁ ବାଦ ରହିଛି ଜୟପାଟଣା ଓ ଜୁନାଗଡ଼ ଅଞ୍ଚଳ । କାରଣ ଜୁନାଗଡ଼ ବ୍ୟକ୍ତିଗତ ଭାବରେ ଜୁନାଗଡ଼ ଜିଲ୍ଲା ପାଇଁ ଦାବି କରି ଆସୁଛି । ସେହିପରି ଜୟପାଟଣା ବ୍ଲକ ଧର୍ମଗଡ ଜିଲ୍ଲା ନହେଇ ଇନ୍ଦ୍ରାବତୀ ନାମରେ ନାମିତ କରିବା ସହ ଜୟପାଟଣାକୁ ଉପଖଣ୍ଡ ମାନ୍ୟତା ନେଇ ଦାବି ସାମିଲ ନ କଲେ ବନ୍ଦ ଡାକରା ରେ ସମର୍ଥନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଲୋକେ ।

ତେବେ ୧୯୯୨ ମସିହାରୁ ଧର୍ମଗଡ଼କୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଁ ଦାବି ହୋଇ ଆସୁଛି । ଦୀର୍ଘ ଦିନ ଧରି ଏନେଇ ଆନ୍ଦୋଳନ ହେଉ ଥିବାବେଳେ ରାଜ୍ୟ ସରକାର ଏହାକୁ ବିଚାରକୁ ବି ନେଇଛନ୍ତି । ବହୁ ବର୍ଷ ତଳେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିବା ବେଳେ ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପୂରଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଧର୍ମଗଡ ଅଞ୍ଚଳବାସୀ । ହେଲେ ବାରମ୍ବାର ଆନ୍ଦୋଳନ ହେଉଥିବାବେଳେ ଧର୍ମଗଡବାସୀଙ୍କ ଏହି ଆନ୍ଦୋଳନକୁ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ- ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟିଆ ନୀଳଗିରି ବନ୍ଦ

ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ଗସ୍ତରେ ଆସିଥିବା ବେଳେ ଧର୍ମଗଡ ଅଞ୍ଚଳବାସୀ ପ୍ଲାଗକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ ଗତ ଦୁଇ ମାସ ତଳେ କଳାହାଣ୍ଡି ଜିଲ୍ଲା ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ ଆସିଥିଲେ । ସେହି ସମୟର ମଧ୍ୟ ଏହି ସମାନ ଦାବି ଧର୍ମଗଡବାସୀ ଉପସ୍ଥାପନ କରିଥିଲେ । ହେଲେ ଦାବିକୁ ନେଇ ରାଜ୍ୟ ସରକାର କୌଣସି ଆଲୋଚନା କିମ୍ବା ଏ ଦିଗରେ ପଦକ୍ଷେପ ନନେବାରୁ ପୁଣି ଥରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜକୁ ୩୭ ଦିନ ହେଲା ଧାରଣା ଦେଇଥିବା ବେଳେ ଆଜି ଧର୍ମଗଡ ଉପଖଣ୍ଡକୁ ବନ୍ଦ ପାଳନ କରୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.