ଝାରସୁଗୁଡା: ପ୍ରେମ ପାଇଁ ବିଭତ୍ସ ହତ୍ୟା ! ମଙ୍ଗଳବାର ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ପଞ୍ଚପଡା ବାଲିଘାଟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣକ ହେଉଛନ୍ତି ପ୍ରମୋଦ ସିଂହ । ପ୍ରେମକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ପରେ ବଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା କଥା କହିଛନ୍ତି ଝାରସୁଗୁଡ଼ା ଏସଡିପିଓ ।
ମୃତ ପ୍ରମୋଦ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଅଞ୍ଚଳର ହୋଇଥିବାବେଳେ ସେ ଜଣେ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ପଞ୍ଚପଡା ବାଲିଘାଟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: Dhamnagar By-elections: ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଏହି ଘଟଣା ନେଇ ଝାରସୁଗୁଡ଼ା ସଦର ଥାନାରେ କସ ନଂ ୨୨୫ u/s ୩୦୨ରେ ଏକ ମାମଲା ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମୃତ ପ୍ରମୋଦଙ୍କ ବଡଭାଇଙ୍କ କହିବା ଅନୁସାରେ, " ଗାଁର ଜଣେ ଯୁବତୀ ସହିତ ପ୍ରମୋଦର ପ୍ରେମ ସମ୍ପର୍କ ରହିଥିଲା । ସେହି ଝିଅଘର ପରିବାରଲେକେ ପ୍ରମୋଦଙ୍କ ନାଁରେ ଥରେ କେସ କରିଥିଲେ । ଯେଉଁଥିପାଇଁ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଝିଅର ଭାଇମାନେ ଜେଲରେ ରହିଥିବା ବେଳେ ବର୍ତ୍ତମାନ ଖଲାସ ହେବାପରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡୁଛି । ବର୍ତ୍ତମାନ ଆମକୁ ଆମ ଭାଇ ଆଉ ମିଳିବନି । କିନ୍ତୁ ଆମକୁ ନ୍ୟାୟ ମିଳୁ ।"
ଏନେଇ ଝାରସୁଗୁଡା ଏସଡିପିଓ କହିଛନ୍ତି ଯେ, "ମଙ୍ଗଳବାର ୨୨୫ u/s ୩୦୨ରେ ଏକ ମାମଲା ରୁଜ୍ଜୁ ହୋଇଛି । ଆଜି ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରେମକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ପରେ ବଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛୁ । କିଛି ଲୋକଙ୍କୁ ସନ୍ଦେହ କରି ଆମେ ପଚରାଉଚରା କରୁଛୁ । ଖୁବଶୀଘ୍ର ଅପରାଧି ଧରାପଡିବେ ।"
ତେବେ ମୃତକ ପ୍ରମୋଦ କାହିଁକି ଏହି ସ୍ଥାନକୁ ଆସିଥିଲେ ଏବଂ କିଏ ତାଙ୍କୁ ହତ୍ୟା କରିଛି ସେନେଇ ଜଣାପଡ଼ିନାହିଁ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଝାରସୁଗୁଡା