ଝାରସୁଗୁଡ଼ା: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଝାରସୁଗୁଡ଼ା କୋଲାବିରା ବ୍ଲକ ଅମାତି ଗ୍ରାମରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ହାଇୱା ଗାଡିରୁ ମେଟାଲ ଖାଲି କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଯୁବକର ମୃତ୍ୟୁ ଘଟିଛି ।
ମୃତ ଯୁବକ ହେଲେ 37 ବର୍ଷୀୟ କୈଳାସ ବେହେରା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେବାକୁ ଥିବା ରାସ୍ତାରେ ଗାଡିରୁ ମେଟାଲ ଖାଲି କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଇଛି । ଘଟଣା ସମ୍ପର୍କରେ ସୂଚନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ