ETV Bharat / state

ମହିଳାଙ୍କ ସାଙ୍ଘାତିକ ଅଭିଯୋଗ, ମୋ ଭୋଟ ଦେଲା କିଏ ? - ମହିଳାଙ୍କ ଭୋଟ ଆଉ କିଏ ଦେଇଥିବା ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଗ୍ରାମର ମହିଳାଙ୍କ ସାଙ୍ଘାତିକ ଅଭିଯୋଗ । 6 ନମ୍ବର ୱାର୍ଡ ଲାଇକେରା ନୋଡାଲ ସ୍କୁଲରେ ଭୋଟଗ୍ରହଣ ବେଳେ ମହିଳା ଜଣକ ଭୋଟ ଦେଇନଥିବା ବେଳେ ତାଙ୍କର ଭୋଟ ସରିଥିବା ପ୍ରିଜାଇଡିଂ ଅଫିସର କହିଥିଲେ l ଅଧିକ ପଢନ୍ତୁ

ମହିଳାଙ୍କ ସାଙ୍ଘାତିକ ଅଭିଯୋଗ: ମୋ ଭୋଟ ଦେଲା କିଏ ?

author img

By

Published : Feb 16, 2022, 7:15 PM IST

ଝାରସୁଗୁଡ଼ା: ଲାଇକେରା ଗ୍ରାମର 6 ନମ୍ବର ୱାର୍ଡ ଲାଇକେରା ନୋଡାଲ ସ୍କୁଲରେ ଭୋଟଗ୍ରହଣ ବେଳେ ତ୍ରୁଟି ଦେଖାଦେଇଥିବା ପଦ୍ମାବତୀ ମେହେର ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜର ଭୋଟ ଦେବା ପାଇଁ ଭୋଟ ଗ୍ରହଣ କେନ୍ଦ୍ରାକୁ ୧ ଘଣ୍ଟା ପୂର୍ବରୁ ଆସି ଲାଇନରେ ଛିଡା ହୋଇଥିଲେ ।

ମହିଳାଙ୍କ ସାଙ୍ଘାତିକ ଅଭିଯୋଗ: ମୋ ଭୋଟ ଦେଲା କିଏ ?

ତେବେ ତାଙ୍କ ନମ୍ବର ଆସିବା ପରେ ସେ ଯେତେବେଳେ ଭୋଟ ଦେବାପାଇଁ କେନ୍ଦ୍ରକୁ ଗଲେ ତାଙ୍କର ଭୋଟ ଦିଆସରିଥିବା ସେଠାରେ ଥିବା ପ୍ରିଜାଇଡିଂ ଅଫିସର କହିଥିଲେ l ତେବେ ମହିଳା ଜଣକ ଭୋଟ ଦେଇନଥିବା ବେଳେ ତାଙ୍କର ଭୋଟ କିଏ ଦେଇଛି ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି l ଅନ୍ୟପଟେ ତାଙ୍କର ମତଦାନ ଆଉ କେହି କରିଦେଇଥିବାରୁ ସେ ଦୁଃଖିତ ଅଛନ୍ତି ଏବଂ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.