ETV Bharat / state

ପାଣି ପିଇବା ପାଇଁ ସ୍କୁଲରେ ବାଜୁଛି 3ଥର ଘଣ୍ଟି

author img

By

Published : Nov 25, 2019, 11:11 PM IST

ଝାରସୁଗୁଡା ସହର ମଧ୍ୟରେ ଥିବା ଜୟଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି 'ସମସ୍ତ ଛାତ୍ରଛାତ୍ରୀ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ' ଅଭିଯାନ । ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ପାଇଁ ପାଣି ପିଇବାକୁ ବାଜିବ 3 ଥର ଘଣ୍ଟି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ସ୍କୁଲରେ ପ୍ରାର୍ଥନା ଘଣ୍ଟି, ଖେଳ ଛୁଟି ଘଣ୍ଟି ଏବଂ ପରବର୍ତ୍ତୀ ଘଣ୍ଟି ବାଜୁଥିବା କଥା ଆପଣ ନିଶ୍ଚୟ ଶୁଣୁଥିବେ । ହେଲେ ପାଣି ପିଇବା ଘଣ୍ଟି ଆପଣ ପ୍ରଥମ ଥର ପାଇଁ ଶୁଣିବେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସ୍କୁଲରେ ପାଣି ପିଇବାକୁ ବାଜୁଛି ଘଣ୍ଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ସହର ମଧ୍ୟରେ ଥିବା ଜୟଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରେ । ଏହି ଘରୋଇ ବିଦ୍ୟାଳୟରେ 550ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଥିବାବେଳେ ଏମିତି ଏକ ଅଭିନବ ପଦକ୍ଷେପ ଝାରସୁଗୁଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

'ସମସ୍ତ ଛାତ୍ରଛାତ୍ରୀ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ' ଆରମ୍ଭ ହୋଇଥିବା ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ପାଇଁ ପାଣି ପିଇବାକୁ 3 ଥର ଘଣ୍ଟି ବାଜିବ । ଛାତ୍ରଛାତ୍ରୀ ଆଣିଥିବା ପାଣି ବୋତଲ କିମ୍ବା ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇପାରିବେ । ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଠିକ୍ ପରିମାଣର ପାଣି ପିଇଲେ ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ । ବିଦ୍ୟାର୍ଥୀମାନେ ପାଣି କମ୍‌ ପିଉଥିବାରୁ ଜଳାଭାବ, ଜ୍ବର ଓ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏସମସ୍ତ ରୋଗରୁ ସେମାନଙ୍କୁ ଦୂର ରଖିବା ପାଇଁ ପାଣି ପିଇବା ପ୍ରତି ସଚେତନ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଜୟଲ୍ୟାଣ୍ଡ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହି ବିଦ୍ୟାଳୟରେ ଗତ 21 ତାରିଖରୁ ପାଣି ପିଇବା ଏହି ଅଭିଯାନ ଆରମ୍ଭ ହୋଇଛି । ଗତ ଗୁରୁବାର ଠାରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ପରେ ଦିନକୁ ୩ ଥର ପାଣି ପିଇବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବାଜୁଛି ଘଣ୍ଟି । ଏବେ ପାଣିର ଗୁରୁତ୍ବ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଏଭଳି ଅଭିଯାନ ଝାରସୁଗୁଡାରେ ପ୍ରଥମ । ପୂର୍ବରୁ ଅନ୍ୟ ରାଜ୍ୟରେ ଏଭଳି ବ୍ୟବସ୍ଥା ଥିବାବେଳେ ଏଭଳି ଅଭିନବ ପ୍ରୟାସ ଓଡିଶାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ କେବେ କଡ଼ାକଡ଼ି ଭାବରେ ଲାଗୁ ହେବ ତାହା ସମୟ କହିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ସ୍କୁଲରେ ପାଣି ପିଇବାକୁ ବାଜୁଛି ଘଣ୍ଟି। ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଝାରସୁଗୁଡା ସହର ରେ ଥିବା ଜୟଲ୍ୟାଣ୍ଡ ବିଦ୍ୟାଳୟ ଗତ 21 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଉଭୟ ଛାତ୍ର ଛାତ୍ରୀ ଓ ଅଭିଭାବକ ଉଷାହ ଦେଖିବାକୁ ମିଳିଛି ।Body: ଝାରସୁଗୁଡା ସହର ମଧ୍ୟରେ ଥିବା ଜୟ ଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟ ।ଏହି ଘରୋଇ ବିଦ୍ୟାଳୟ ରେ 550 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପଢ଼ୁ ଥିବା ବେଳେ ଏକ ଅଭିନବ ପଦକ୍ଷେପ ପାଇଁ ଝାରସୁଗୁଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି । ଛାତ୍ରଛାତ୍ରୀମାନେ ଆଣିଥିବା ପାଣି ବୋତଲ କିମ୍ବା ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇ କୁ ଦିନକୁ ୩ ଥର ପାଣି ପିଇବାକୁ ବାଜିବ ଏହି ଘଣ୍ଟି । ପାଣି କମ୍‌ ପିଉଥିବାରୁ ଛାତ୍ରଛାତ୍ରୀ ଜଳାଭାବ, ଜ୍ୱର ଓ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏ ସମସ୍ତ ରୋଗରୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଜୟଲ୍ୟାଣ୍ଡ ବିଦ୍ୟାଳୟ କତ୍ତୃପକ୍ଷ। ରାଜ୍ୟରେ ପ୍ରଥମକରି ଗଞ୍ଜାମ ଜିଲ୍ଲାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହି ବିଦ୍ୟାଳୟ ରେ ଗତ 21 ତାରିଖରୁ ପାଣି ପିଇବା ପାଇଁ ନିର୍ଣ୍ଣୟ କରାଯାଇଛି।
ଗତ ଗୁରୁବାର ଦିନ ଠାରୁ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଛାତ୍ରଛାତ୍ରୀ ଦିନକୁ ୩ ଥର ପାଣି ପିଇବାକୁ ସ୍କୁଲରେ ବାଜୁଛି ପାଣି ପିଇବା ଘଣ୍ଟି । ସମସ୍ତ ଛାତ୍ର ଛାତ୍ରୀ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ ବୋଲି ଏହି ଅଭିଯାନ ଆରମ୍ଭ କରାଯାଇଥିବା ବିଦ୍ୟାଳୟ କତ୍ତୃପକ୍ଷ କହିଛନ୍ତି। ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଠିକ୍ ପରିମାଣର ପାଣି ପିଇଲେ ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ। ଏବେ ପାଣିର ଗୁରୁତ୍ବ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଏଭଳି ଅଭିଯାନ ଝାରସୁଗୁଡାରେ ପ୍ରଥମ।Conclusion:ପୂର୍ବରୁ ଅନ୍ୟ ରାଜ୍ୟରେ ଏଭଳି ବ୍ୟବସ୍ଥା ଥିବା ବେଳେ ଏଭଳି ଅଭିନବ ପ୍ରୟାସ ଆମ ରାଜ୍ୟର ସମସ୍ତ ସରକାରି ଓ ଘରୋଇ ବିଦ୍ୟାଳୟ ରେ କେବେ କଡ଼ାକଡ଼ି ଭାବରେ ଲାଗୁ କରୁଛନ୍ତି ଦେଖିବାକୁ ବାକି ରହିଲା ।

ବାଇଟ1: ଅଦ୍ୟାଶା ନନ୍ଦ, ଷଷ୍ଠ ଶ୍ରେଣୀ ଛାତ୍ରୀ, ଜୟଲ୍ୟାଣ୍ଡ ବିଦ୍ୟାଳୟ,ଝାରସୁଗୁଡା ।
ବାଇଟ2: ପ୍ରଶାନ୍ତ ନନ୍ଦ, ଅଭିଭାବକ ।
ବାଇଟ3: Mignonette Maseyk , Principal , ଜୟଲ୍ୟାଣ୍ଡ ବିଦ୍ୟାଳୟ, ଝାରସୁଗୁଡା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.