ETV Bharat / state

Brajarajnagar ByPoll: ଭୋଟ ଦେଉଛି ବ୍ରଜରାଜନଗର

author img

By

Published : May 31, 2022, 7:04 AM IST

Updated : May 31, 2022, 7:14 AM IST

ଆଜି ଭୋଟ ଦେଉଛି ବ୍ରଜରାଜନଗର । 279ଟି ବୁଥରେ 2 ଲକ୍ଷ 14 ହଜାର 878 ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଅଧିକ ପଢନ୍ତୁ

ଆଜି ବ୍ରଜରାଜନଗର ଉପନିର୍ବାଚନ
ଆଜି ବ୍ରଜରାଜନଗର ଉପନିର୍ବାଚନ

ଝାରସୁଗୁଡା: ଆଜି ଭୋଟ ଦେଉଛି ବ୍ରଜରାଜନଗର । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି(ମଙ୍ଗଳବାର) ମତଦାନ ଆରମ୍ଭ ହୋଇଛି । ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ଯାଏ ମତଦାନର ସମୟ ରହିଛି । ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ 11 ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବୀତା କରୁଛନ୍ତି । 279ଟି ବୁଥରେ 2 ଲକ୍ଷ 14 ହଜାର 878 ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ 22ଟି ନୂଆ ବୁଥ୍‌, 30ଟି ଆଦର୍ଶ ବୁଥ୍‌ ଓ 5ଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । 11 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 2 ଲକ୍ଷରୁ ଅଧିକ ଭୋଟର ।

କାହା ସପକ୍ଷରେ ଯିବେ ମତଦାତା କାହାକୁ ପିନ୍ଧାଇବ ବ୍ରଜରାଜନଗର ମୁକୁଟ ତାହାକୁ ନେଇ ସବୁଠି ଉତ୍କଣ୍ଠା । ବିଶେଷ କରି ତିନି ପ୍ରମୁଖ ଦଳ ବିଡେଡି, କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଆଗକୁ 2024 ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳକୁ ମାତ ଦେଇ ପଶ୍ଚିମ ଓଡିଶାରେ ବିଜୟ ବାନା ଉଡାଇବାକୁ ଦମ ଦେଖାଇଛନ୍ତି ବିରୋଧୀ । ସେହି ପରି ଶାସକ ଦଳ ଖେଳିଥିବା ସିମ୍ପାଥି ଗେମରେ ବ୍ରଜରାଜନଗର ବାଜି ମାରିବାକୁ ପୁରା ପ୍ରସ୍ତୁତ । ନିର୍ବାଚନ ପାଇଁ ପ୍ରଶାସନ ପୁରା ପ୍ରସ୍ତୁତ । ଶାନ୍ତିପୂର୍ଣ୍ଣ, ନିରପେକ୍ଷ ଓ ଅବାଧ ମତଦାନ ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ ପ୍ଲାଟୁନ ମୁତୟନ ହୋଇଛନ୍ତି । ଜୁନ 3 ତାରିଖରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ପ୍ରକାଶ ଥାଉ କି, ଉପନିର୍ବାଚନ (Brajarajnagar Bypoll) ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

Last Updated : May 31, 2022, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.