ETV Bharat / state

ଝାରସୁଗୁଡ଼ାର ୪ଟି ଗାଁରେ ବନ୍ୟାଜଳ, ଅସ୍ଥାୟୀ କ୍ୟାମ୍ପ୍‌ରେ ଗ୍ରାମବାସୀ - ଝାରସୁୁଗୁଡ଼ାରେ ଅସ୍ଥାୟୀ କ୍ୟାମ୍ପ୍‌ରେ ଗ୍ରାମବାସୀ

ଲଖନପୁର ବ୍ଲକର ୪ଟି ଗାଁରେ ବନ୍ୟା ଆଶଙ୍କା ଦେଖା ଦେଇଛି (flood situation in Jharsuguda) । ଅସ୍ଥାୟୀ କ୍ୟାମ୍ପ୍‌ରେ ଆଶ୍ରୟ ନେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ, ଅସ୍ଥାୟୀ କ୍ୟାମ୍ପ୍‌ରେ ଗ୍ରାମବାସୀ

author img

By

Published : Aug 15, 2022, 11:01 PM IST

ଝାରସୁଗୁଡ଼ା: ବନ୍ୟାଜଳ ପ୍ରବେଶ ଯୋଗୁଁ ଫୁଲୁଛି ମହାନଦୀ (flood situation in Jharsuguda) । ନଦୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସୁଛି ବନ୍ୟାଜଳ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର 4ଟି ଗାଁରେ ଏବେ ବନ୍ୟା ସ୍ଥିତି ଉପୁଜିଛି ।

ଝାରସୁଗୁଡ଼ା ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ, ଅସ୍ଥାୟୀ କ୍ୟାମ୍ପ୍‌ରେ ଗ୍ରାମବାସୀ

ଲଖନପୁର ବ୍ଲକ୍‌ର ସୁଖାସୋଢ଼ା, ସେମଲିଆ, ଚିଖିଲି, ମୁହୁଦୀ ଗାଁରେ ଶହଶହ ଏକର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଛି । ଏହାକୁ ନେଇ ଆଖପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେକୌଣସି ସମୟରେ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିପାରେ ।

ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ କ୍ୟାମ୍ପ୍‌ ତିଆରି କରିଛି ଜିଲ୍ଲା ପ୍ରଶାସନ । ସୁଖାସୋଢା ଗ୍ରାମର 7 ପରିବାରର 30 ଜଣ, ସେମଲିଆର 9 ପରିବାରର 35ଜଣ, ଶରଧାର 10 ପରିବାରର 40 ଜଣ ଅସ୍ଥାୟୀ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି । ସେହିଭଳି ଚିଖିଳି ଗ୍ରାମର 5ଟି ପରିବାରର 15 ଜଣ ସଦସ୍ୟଙ୍କୁ ମିଶାଇ ମୋଟ 120 ଜଣ ଅସ୍ଥାୟୀ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି । ସମସ୍ତ ବନ୍ୟା ପ୍ରଭାବିତଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିଛି ପ୍ରଶାସନ l

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.