ETV Bharat / state

କୋଭିଡ ନିୟମ ଭାଙ୍ଗିଥିବା ଯୁବକଙ୍କୁ ପୋଲିସର ମାଡ଼ମରା ଭିଡିଓ ଭାଇରାଲ, ତଦନ୍ତ ନିର୍ଦ୍ଦେଶ - jharsuguda news

କୋରୋନା ବେଳେ ନିୟମ ଉଲଙ୍ଘନ କରିଥିବା ଜଣେ ଯୁବଙ୍କୁ ଝାରସୁଗୁଡ଼ା ପୋଲିସର ମାଡ଼ ମାରିବା ଭିଡ଼ିଓ ଭାଇରାଲ । ଅଧିକ ପଢ଼ନ୍ତୁ...

video of police beating a young man,  man broke covid rules, police beating man for violating covid rules, କୋଭିଡ ନିୟମ ଭାଙ୍ଗିଥିବା ଯୁବକଙ୍କୁ ପୋଲିସର ମାଡ଼, ଯୁବକଙ୍କୁ ପୋଲିସର ମାଡ଼ ମାରିବା ଭିଡିଓ ଭାଇରାଲ, jharsuguda news, ଝାରସୁଗୁଡ଼ା ପୋଲିସ
ଯୁବକଙ୍କୁ ପୋଲିସର ମାଡ଼ ମାରିବା ଭିଡିଓ ଭାଇରାଲ
author img

By

Published : Jul 21, 2020, 12:58 PM IST

Updated : Jul 21, 2020, 2:15 PM IST

ଝାରସୁଗୁଡା: ସାରା ରାଜ୍ୟରେ କୋରୋନା ମୁକାବିଲା ନେଇ ତତ୍ପର ସରକାର । ଯାହାକୁ ନେଇ ନିୟମ ସବୁ କଡ଼ାକଡ଼ି ହୋଇଛି । ତେବେ ନିୟମ ଯେମିତି କେହି ଉଲଙ୍ଘନ ନକରେ ତା ଉପରେ ନଜର ରଖିଛି ପୋଲିସ । କିନ୍ତୁ ଅନେକ ଲୋକ ନିୟମ ଉଲଙ୍ଘନ କରୁଥିବା ନଜର ଆସୁଛି । ଯାହାପରେ ତାଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ତେବେ ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ସଟଡାଉନ ସମୟରେ ଜଣେ ଯୁବକକୁ ପୋଲିସର ମାଡ଼ ମାରିବା ଭିଡିଓ ହେଲା ଭାଇରାଲ ହୋଇଛି।

video of police beating a young man,  man broke covid rules, police beating man for violating covid rules, କୋଭିଡ ନିୟମ ଭାଙ୍ଗିଥିବା ଯୁବକଙ୍କୁ ପୋଲିସର ମାଡ଼, ଯୁବକଙ୍କୁ ପୋଲିସର ମାଡ଼ ମାରିବା ଭିଡିଓ ଭାଇରାଲ, jharsuguda news, ଝାରସୁଗୁଡ଼ା ପୋଲିସ
ଯୁବକଙ୍କୁ ପୋଲିସର ମାଡ଼ ମାରିବା ଭିଡିଓ ଭାଇରାଲ
ଯୁବକଙ୍କୁ ପୋଲିସର ମାଡ଼ ମାରିବା ଭିଡିଓ ଭାଇରାଲ

ପ୍ରାୟ ସପ୍ତାହେ ତଳେ ସଟଡାଉନ ସମୟରେ ପୋଲିସ ଓ ମାଜିଷ୍ଟ୍ରେଟ ଚେକିଂ ଚାଲୁଥିବା ବେଳେ ସନ୍ତୋଷ ଯାଦବ ନାମକ ଜଣେ ବସ ମାଲିକଙ୍କ ପୁଅ ନିଜ ବସ ବିଷୟରେ ବୁଝିବାକୁ ବସଷ୍ଟାଣ୍ଡ ଆସିଲା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଯୁବକ ଜଣକ ମାସ୍କ ନପିନ୍ଧି କାହିଁକି ବାହାରିଲେ ବୋଲି ପୋଲିସ ପଚାରିବା ସମୟରେ ସେ ପ୍ରଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବସ ଯୋଗାଡ କରିବାକୁ ଆସିଥିବା କହି ଉପସ୍ଥିତ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିରେ ଉତକ୍ଷିପ୍ତ ପୋଲିସ କର୍ମଚାରୀ ସମ୍ପୃକ୍ତ ଯୁବକକୁ ଚାପୁଡା ମାରିଥିଲେ।

ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସେହିଦିନ ସମାଧାନ ହୋଇଥିଲା ବୋଲି ପୋଲିସ କହିଥିବା ବେଳେ ସପ୍ତାହକ ପରେ ଭିଡ଼ିଓ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ମାମଲାଟି ଆପୋଷ ଆଲୋଚନା ମାଧ୍ୟମରେ ଥାନାରେ ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ଭିଡିଓ ଭାଇରଲ ହେବା ପରେ ପୋଲିସ ବିରୋଧରେ ଆଇନଗତ ପଦକ୍ଷେପ ନେବେ ବୋଲି ମାଡ଼ ଖାଇଥିବା ଯୁବକର ବାପା କହିଛନ୍ତି । ପୋଲିସ ମାଡ଼ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଝାରସୁଗୁଡା ଏସପି ରାହୁଲ ପି ଆର ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 21, 2020, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.