ETV Bharat / state

ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

author img

By

Published : Jul 5, 2020, 10:58 PM IST

ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ । ବରଗଡ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଶନିବାର ରାତିରେ ଭର୍ତ୍ତି କରାଯାଇଛି । ଦୀର୍ଘ ଦିନ ହେବ ରାଧାରାଣୀ ଡାଏବେଟିସ୍‍ ଓ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା ।

veteran bjp leader radharani panda, radharani panda hospitalized, jharsuguda latest news, former mla of brajarajnagar hospitalized, radharani panda, ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା , ରାଧାରାଣୀ ପଣ୍ଡା ଅସୁସ୍ଥ, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ପୂର୍ବତନ ବ୍ରଜରାଜନଗର ବିଧାୟିକା ଅସୁସ୍ଥ, ରାଧାରାଣୀ ପଣ୍ଡା
ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

ଝାରସୁଗୁଡ଼ା: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ । ବରଗଡ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଶନିବାର ରାତିରେ ଭର୍ତ୍ତି କରାଯାଇଛି । ଦୀର୍ଘ ଦିନ ହେବ ରାଧାରାଣୀ ଡାଏବେଟିସ୍‍ ଓ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥା ହଠାତ୍‌ ଜଟିଳ ହେବାରୁ ଶନିବାର ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି ବିଶେଷ ଉନ୍ନତି ପରିଲକ୍ଷିତ ହୋଇନଥିବା ପରିବାର ଲୋକେ ଜଣାଇଥିବା ବେଳେ ଧିରେ ଧିରେ ତାଙ୍କ ଅବସ୍ଥା ଗୁରୁତର ହେଉଥିବା ଡାକ୍ତର ସୂଚନା ଦେଇଥିଲେ । ଏନେଇ ଶନିବାରଠାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ସ୍ଥିର ରହିଥିବା ସୂଚନା ମିଳିଛି ।

ରାଧାରାଣୀ ପଣ୍ଡା 2014 ନିର୍ବାଚନରେ ବ୍ରଜରାଜନଗର ଆସନରୁ ବିଜେପି ଦଳୀୟ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ 2019 ନିର୍ବାଚନରେ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା । ରାଧାରାଣୀଙ୍କ ଅସୁସ୍ଥତା ନେଇ ଜଣା ପଡିବା ପରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଦଳୀୟ ସମର୍ଥକ ଏବଂ କର୍ମକର୍ତ୍ତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.