ETV Bharat / state

Brajarajnagar Bypoll: ବିଜେପି ପାଇଁ ଭୋଟ ମାଗିବେ ଉତ୍ତରପ୍ରଦେଶ ନେତା

ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମଇଦାନରେ ରାଜ୍ୟ ବାହାରର ଷ୍ଟାର ପ୍ରଚାରକ । ଆଜି ବିଜେପି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିବେ ଉତ୍ତରପ୍ରଦେଶ ଆଜମଗଡ ବିଜେପି ପ୍ରାର୍ଥୀ । ଅଧିକ ପଢନ୍ତୁ

Brajarajnagar Bypoll: ବିଜେପି ପାଇଁ ପ୍ରଚାର କରିବେ ଉତ୍ତରପ୍ରଦେଶ ନେତା

author img

By

Published : May 27, 2022, 7:10 AM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନରେ ରାଜ୍ୟ ବାହାରର ଷ୍ଟାର ପ୍ରଚାରକ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବଂ କର୍ମୀଙ୍କ ପକ୍ଷରୁ ଜୋରସୋର ପ୍ରଚାର ପ୍ରସାର ଚାଲିଥିବାବେଳେ ବିଜେପି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିବେ ଉତ୍ତରପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନେଶ ଲାଲ ଯାଦବ(ନୀରହୁଆ)।

Brajarajnagar Bypoll: ବିଜେପି ପାଇଁ ପ୍ରଚାର କରିବେ ଉତ୍ତରପ୍ରଦେଶ ନେତା

ଆଜି (ଶୁକ୍ରବାର) ନୀରହୁଆ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ । ତେବେ ନୀରହୁଆ ଉତ୍ତରପ୍ରଦେଶ ଆଜମଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଖିଳେଶ ଯାଦବଙ୍କ ବିରୋଧରେ ବିଜେପିରୁ ନିର୍ବାଚନ ଲଢ଼ିଥିଲେ । ଦିନେଶ ଲାଲ ଯାଦବ ବଲିଉଡ ତଥା ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା । ସେ ଅନେକ ହିନ୍ଦୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆଜି ସେ ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ରୋଡ ସୋ' ଓ ପ୍ରଚାର କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.