ETV Bharat / state

ଅଦିନିଆ ବର୍ଷା ଓ କୁଆପଥର ମାଡରେ ବେହାଲ ଝାରସୁଗୁଡା

author img

By

Published : Mar 19, 2020, 8:59 PM IST

ଅଦିନିଆ ଝଡ ତୋଫାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିଛି ବର୍ଷା । ସହରର ଅନେକ ସ୍ଥାନରେ ବଡବଡ ଗଛ ଉପୁଡି ପଡିବା ସହିତ ରାସ୍ତା ଅବରୋଧ ହୋଇଥିଲା ।

jharsuguda latest news, untimely rain and hailstones in jharsuguda, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଝାରସୁଗୁଡାରେ ଅଦିନିଆ ବର୍ଷା ଓ କୁଆପଥର ମାଡ
ଅଦିନିଆ ବର୍ଷା ଓ କୁଆପଥର ମାଡରେ ବେହାଲ ଝାରସୁଗୁଡା

ଝାରସୁଗୁଡା: ଅଦିନିଆ ଝଡ ତୋଫାନରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିଛି ବର୍ଷା। ସହରର ଅନେକ ସ୍ଥାନରେ ବଡବଡ ଗଛ ଉପୁଡି ପଡିବା ସହିତ ରାସ୍ତା ଅବରୋଧ ହୋଇଥିଲା । ସେପଟେ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସ୍ଥିତି। ଝଡ଼ ତୋଫାନ ଯୋଗୁଁ ରାସ୍ତା ଉପରେ ବଡ଼ବଡ଼ ଗଛ ସହ ବିଜୁଳି ଖୁଣ୍ଟ ପଡ଼ିଥିବାରୁ ଜିଲ୍ଲାର କିଛି ଅଞ୍ଚଳରେ ଲୋକେ ପ୍ରଭାବିତ ହୋଇଛନ୍ତି ।

ଅନ୍ୟପଟେ ଝାରସୁଗୁଡା ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବିଶାଳ ଗଛ ଉପୁଡି ପଡ଼ିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିଥିଲା । ଅଗ୍ନିଶମ ବିଭାଗ ଏବଂ ପୌର କର୍ମଚାରୀ ଗଛ କାଟି ରାସ୍ତା ସଫା କରିବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଥିଲା ।

ତେବେ ବ୍ରଜରାଜନଗର ଓ ବେଲପାହାଡ଼ ସମେତ ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ କେତେକ ସ୍ଥାନରେ କୁଆପଥର ମାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅନେକ ଲୋକ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଅଚାନକ କୁଆପଥର ମାଡ଼ ହୋଇଥିଲା । ଝଡ଼ ସହ କୁଆପଥର ମାଡ଼ ପରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.