ETV Bharat / state

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ Jyotiraditya Scindia, UDAN Utsavରେ ହେଲେ ସାମିଲ - ଝାରସୁଗୁଡାରେ ଉଡାନ ଉତ୍ସବ ଶୁଭାରମ୍ଭ

ଝାରସୁଗୁଡା ଭିଏସ୍ଏସ୍ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ(Civil aviation minister Jyotiraditya Scindia)। ଉଡାନ ଯୋଜନାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପୁରୀ, ଜୟପୁର ଓ ଉତ୍କେଲ ଏୟାରପୋର୍ଟକୁ ନେଇ ମଧ୍ୟ ମତ ରଖିଛନ୍ତି ଜ୍ୟୋତି ରାଦିତ୍ୟ ସିନ୍ଧିଆ। ଅଧିକ ପଢନ୍ତୁ

Civil aviation minister Jyotiraditya Scindia
ଝାରସୁଗୁଡାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
author img

By

Published : Nov 22, 2021, 3:47 PM IST

Updated : Nov 22, 2021, 9:31 PM IST

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ (Veer Surendra Sai Airport) ପାଳନ ହେଲା ଉଡାଣ ଦିବସ। ଯୋଗଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ (Civil aviation minister Jyotiraditya Scindia) । ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡ଼ା ବିମାନ ବନ୍ଦର, ଜିଲ୍ଲା ପ୍ରଶାସନ ଓ ଉପସ୍ଥିତ ଥିବା ନେତାମାନେ ପୁଷ୍ପ ଗୁଛ ଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଵାଗତ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ବିମାନ ବନ୍ଦର ପରିସରରେ ଥିବା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ଝାରସୁଗୁଡ଼ାର ଐତିହ୍ୟ ସହିତ ବ୍ରିଟିଶ ଅମଳରୁ ଥିବା ଝାରସୁଗୁଡ଼ା ବିମାନ ବନ୍ଦରର ଫଟୋ ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର (Veer Surendra Sai Airport) ସମେତ ଦେଶର ୫୩ଟି ବିମାନ ବନ୍ଦରରେ ପାଳନ କରାଯାଉଥିବା 'ଉଡାଣ ଦିବସ'(Udan Utsav) ସମସ୍ତଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ। ନମସ୍କାର ଝାରସୁଗୁଡ଼ା ନମସ୍କାର ଓଡିଶା । କେମିତି ଅଛ ଓଡ଼ିଆ ଭାଷାରେ ଆରମ୍ଭ କଲେ ଅଭିଭାଷଣ । ଓଡ଼ିଶାର ବୀର ମାଟିକୁ ସମ୍ମାନ ଜଣାଇଲେ ସିନ୍ଧିଆ ଝାରସୁଗୁଡା ମାଟି କ୍ରାନ୍ତିକାରୀଙ୍କ ମାଟି ଓ ପ୍ରକୃତିର ଭଣ୍ଡାର ହେଉଛି ଝାରସୁଗୁଡ଼ା ।

ଝାରସୁଗୁଡାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଝାରସୁଗୁଡ଼ା ଓଡ଼ିଶାର ପାୱାର ହାଉସ ଅଟେ । ଦେଶର ଯେ କୌଣସି ଉଦ୍ୟୋଗ ଯଦି ସେ ଝାରସୁଗୁଡ଼ା ସହିତ ଯୋଡି ହୋଇନାହିଁ। ତେବେ ସେ ଉଦ୍ୟୋଗ ଉଦ୍ୟୋଗ ନୁହେଁ। କଳା ଆଉ ସଂସ୍କୃତିର ଭଣ୍ଡାର ରହିଛି ଝାରସୁଗୁଡ଼ାରେ, ସେ ଉଳାପଗଡ଼, ହେଉ କି ସେ କୋଇଲିଘୁଘର ହେଉ। କଳା ସଂସୃତିକ ହେଉଛି ଝାରସୁଗୁଡ଼ା । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରୁ ହିଁ ଏଠାରେ ବିମାନ ବନ୍ଦରର ସେବା ପାଇଁ କ୍ଷମତା ଥିଲା । ହେଲେ ଦେଶରେ ବହୁ ସରକାର ଆସିଲେ ଗଲେ, ହେଲେ କୌଣସି ସରକାର ଏହା ପ୍ରତି ଦୃଷ୍ଟି ଦେଲେନାହିଁ। ନରେନ୍ଦ୍ର ମୋଦି ସରକାରରେ ହିଁ ଏହା ସଫଳ ହୋଇଛି ।

ସେହିପରି ପୁରୀ, ଜୟପୁର ଓ ଉତ୍କେଲ ଏୟାର ପୋର୍ଟକୁ ନେଇ ମଧ୍ୟ ମତ ରଖିଛନ୍ତି ଜ୍ୟୋତି ରାଦିତ୍ୟ ସିନ୍ଧିଆ। ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ପଠାଇଲେ ଆମେ ପୁରୀ ପାଇଁ ଗ୍ରୀନ ଫିଲଡ଼ ଏୟାରପୋର୍ଟ ସ୍ଥାପନ କରାଯାଇ ପାରିବ ବୋଲି କହିଛନ୍ତି। ସେହିପରି ଜୟପୁର ଓ ଉତ୍କେଲା ଏୟାରପୋର୍ଟ ନେଇ ମଧ୍ୟ ଖୁବଶୀଘ୍ର ରାଜ୍ୟ ସରକାର ରିପୋର୍ଟ ପଠାନ୍ତୁ ବୋଲି ସିନ୍ଧିଆ କହିଛନ୍ତି ।

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ Jyotiraditya Scindia, UDAN Utsavରେ ହେଲେ ସାମିଲ

ଅନ୍ୟପକ୍ଷରେ ୨ ଲକ୍ଷ ୧୬ ହଜାର ଯାତ୍ରୀ ୨୦୧୯-୨୦ ରେ ଯାତ୍ରା କରିଥିବା ବେଳେ ୨ ଲକ୍ଷ ୪ ହାଜର ଯାତ୍ରୀ କୋରୋନା ସମୟରେ ଯାତ୍ରା କରିଥିଲେ। ଯାହାକି ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରୁ ଢେର ଅଧିକ ବୋଲି କହିଲେ ମନ୍ତ୍ରୀ । ରାଜ୍ୟ ସରକାର ୧୮୦ ଏକର ଜମି ଯୋଗାଇ ଦେଲେ ଦ୍ଵିତୀୟ ଫେଜ ବିମାନ ବନ୍ଦର କାମ ଆଗେଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ ଯୋଗଦେଇଥିଲେ ।

ସୂଚନାଥାଉକି, ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ବିମାନ ସେବା ଆରମ୍ଭ ହେବାରୁ ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ଅର୍ଥନୀତି ଆହୁରି ଗତିଶୀଳ ହେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଛି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର । ସାଧାରଣ ଲୋକଙ୍କୁ ବିମାନ ଯାତ୍ରା କରେଇବା ପାଇଁ ଏହି ଉଡାଣ ଯୋଜନା କରିଥିଲା କେନ୍ଦ୍ର ସରକାର। ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୋର ସହିତ ଭୁବନେଶ୍ବର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ,ଚେନ୍ନାଇକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି । ଆଗାମୀ ଦିନରେ ଆହୁରି ଅନ୍ୟ ସହରକୁ ବିମାନ ସେବା ଯୋଗାଇ ଦେବା ପାଇଁ ବରଗଡ଼ ସାଂସଦ ଓ ବ୍ରଜରାଜନଗର ବିଧାୟକ ଦାବି କରିଛନ୍ତି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ

Last Updated : Nov 22, 2021, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.