ETV Bharat / state

ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ଧର୍ମେନ୍ଦ୍ର

author img

By

Published : Feb 11, 2023, 6:12 PM IST

ଝାରସୁଗୁଡ଼ା ଗସ୍ତରେ ଆସି ସ୍ୱର୍ଗତ ନବ ଦାସ ଓ ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟଙ୍କ ସ୍ୱର୍ଗତ ନେତାଙ୍କ ସହିତ ବ୍ୟକ୍ତିଗତ ବନ୍ଧୁତା ରହିଥିଲା ବୋଲି କହିଥଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି । ପ୍ରଥମେ ଝାରସୁଗୁଡ଼ା ସରବାହାଲସ୍ଥିତ ସ୍ଵର୍ଗତ ନବ ଦାସଙ୍କ ବାସଭବନକୁ ଆସି ନବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ପରେ ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ଘଟଣା ନେଇ ଶାସକ ଦଳକୁ ବାରମ୍ବାର ଟାର୍ଗେଟ କରୁଛନ୍ତି ବିରୋଧି । ବିଜେପି ସିଧା ସଳଖ ଏହି ମାମଲାରେ ବିଜେଡିର ଟାଣୁଆ ନେତା ସାମିଲ ଥିବା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ଏହାରି ଭିତରେ ଝାରସୁଗୁଡ଼ା ଆସି ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଏବଂ ଝିଅ ଦୀପାଳି ଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପରିବାରଙ୍କୁ ମଧ୍ୟ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାଂସଦ ସୁରେଶ ପୂଜାରୀ, ନାଉରୀ ନାୟକ ଓ ରାଧାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଛନ୍ତି, "ଗତ ୩୦ ତାରିଖରେ କିଶୋର ମହାନ୍ତିଙ୍କର ବର୍ଷିକିଆକୁ ମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରିଥିଲି । ତାଙ୍କର ଆମ ପରିବାର ସହିତ ପାରିବାରିକ ସମ୍ପର୍କ । ତେବେ ସେ କୌଣସି କାରଣରୁ ଆସିପାରିନଥିଲେ । ସେଥିପାଇଁ ସୌଜନ୍ୟତା ଦୃଷ୍ଟିରୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ।"

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଗସ୍ତ ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି । ଓଡ଼ିଶା ସରକାରଙ୍କ ଶାସନ ବ୍ୟବସ୍ଥାକୁ ପୁନର୍ବାର କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାରେ ମନମୁଖି କାର୍ଯ୍ୟକଳାପ ଚାଲିଥିବା କହି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତ ଠିକ୍ ଭାବରେ ହେଉନଥିବା କହିଛନ୍ତି ।

ଏନେଇ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନବ ଦାସଙ୍କ ସହ ମୋର ବ୍ୟକ୍ତିଗତ ବନ୍ଧୁତା ରହିଥିଲା । ତାଙ୍କର ଦେହାନ୍ତ ପରେ ଫୋନ ମାଧ୍ୟମରେ ତାଙ୍କ ପୁଅଙ୍କ ସହ କଥା ହୋଇଥିଲି । ଏହି ଘଟଣା ନବ ଦାସଙ୍କ ପରକିବାର ପାଇଁ ଏକ ଅପୂରଣୀୟ କ୍ଷତି । ଆଜି ପୁଅ ଓ ଝିଅଙ୍କ ସହ ମିଶି ସମବେଦନା ଜଣାଇଲି । ପରେ ପୂର୍ବରୁ ମୋର ଅତି ଘନୀଷ୍ଠ ସହଯୋଗୀ ଥିବା ଝାରସୁଗୁଡ଼ା ତଥା ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପରିବାର ସହ ମିଶିଲି । ତାଙ୍କ ପରିବାର ସହ ମୋର ୨୫ ବର୍ଷର ସମ୍ପର୍କ । ଉଭୟ ପରିବାର ଲୋକଙ୍କୁ ସମବେଦନା ଜଣାଇଲି ।" ତେବେ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.