ETV Bharat / state

କୋଭିଡ-19 ମୁକାବିଲା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଭିଡିଓ କନ‌ଫରେନ୍ସିଂ ଜରିଆରେ ଓଡିଶା କୋଭିଡ-19 ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ନିଜନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ କୋଭିଡ-୧୯ ନିଶ୍ଚିତ ଭାବେ ପରୀକ୍ଷା ସହ ପ୍ରମାଣପତ୍ର ଦେଇ ନିଜ ରାଜ୍ୟକୁ ଫେରିବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି ନବ ଦାସ ଦାବି ରଖିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ କିଶୋର ଦାସଙ୍କ ଆଲୋଚନା

author img

By

Published : Apr 24, 2020, 5:52 PM IST

Updated : Apr 24, 2020, 8:05 PM IST

ଝାରସୁଗୁଡା: ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର କୋଭିଡ-19 ମୁକାବିଲା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ଅଫିସରେ ଥିବା ଭିସି ପ୍ରକୋଷ୍ଠରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ ଓଡିଶା କୋଭିଡ-19 ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ସହ ବିଭିନ୍ନ ଦାବି ରଖିଥିଲେ ।

କୋଭିଡ-19 ମୁକାବିଲା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା

ରାଜ୍ୟରେ ବ୍ୟାପକ କୋଭିଡ ରକ୍ତ ପରୀକ୍ଷା ପାଇଁ CB NET ଏବଂ TRUE NETକୁ ICMR ପକ୍ଷରୁ ଅନୁମତି ପ୍ରଦାନ ସହ ICMR ଗାଇଡଲାଇନ କୋହଳ କରିବା ପାଇଁ ଦାବି ରଖିଥିଲେ । ଏଥିସହ ରାଜ୍ୟ ସରକାର ତରଫରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ Bio safety Laboratory ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅବଗତ କରିଥିଲେ ।

union-health-minister-discusses-with-nab-kishore-das-about-odisha-covid-19
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ କିଶୋର ଦାସଙ୍କ ଆଲୋଚନା

ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ କେନ୍ଦ୍ର ସରକାର ଗୁରତର ଭାବେ ଗ୍ରହଣ କରିବା ସହ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ସେହି ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ଏଥିସହ ସେହି ପ୍ରବାସୀ ଶ୍ରମିକମାନଙ୍କ ନିଜନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ କୋଭିଡ-୧୯ ନିଶ୍ଚିତ ଭାବେ ପରୀକ୍ଷା ସହ ପ୍ରମାଣପତ୍ର ଦେଇ ନିଜ ରାଜ୍ୟକୁ ଫେରିବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଏକ ଆନ୍ତଃରାଜ୍ୟ ଓ ଆନ୍ତଃ ସୀମା ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ନବ ଦାସ ଦାବି ରଖିଛନ୍ତି ।

ଏଥିପାଇଁ ଆବଶ୍ୟକ ପରୀକ୍ଷଣ କିଟ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇ ଦିଅନ୍ତୁ । ଓଡିଶାରେ ଜାତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନିକଟରେ ଶୁକ୍ରବାର ନବ ଦାସ ଦାବି ରଖିଛନ୍ତି ।ଏଥିସହ ରାଜ୍ୟରେ ସମନ୍ବିତ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ । ଫଳରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ବହୁ ବିଭାଗରେ ଫଳଦାୟକ ଗବେଷଣା ସମ୍ଭବ ହୋଇ ପାରିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 24, 2020, 8:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.