ETV Bharat / state

କେବଳ ମହେନ୍ଦ୍ର ଛାଡ଼ିଛନ୍ତି, ଆଦିବାସୀ ସମାଜ କଂଗ୍ରେସ ଛାଡ଼ିନି କହିଲେ ଗୋଣ୍ଡୱନା ସମାଜ ନେତା

ଆଦିବାସୀ ଭୋଟ ହାତେଇବା ପାଇଁ କଂଗ୍ରେସ ନେତା ମହେନ୍ଦ୍ର ନାଏକଙ୍କୁ ଦଳରେ ସାମିଲ କରିଛି ବିଜେଡି । ସେପଟେ କେବଳ ମହେନ୍ଦ୍ର କଂଗ୍ରେସ ଛାଡ଼ିଛନ୍ତି, କିନ୍ତୁ ଆଦିବାସୀ ସମାଜ ଦଳ ଛାଡ଼ି ନାହିଁ ବୋଲି କହିଛନ୍ତି ଆଦିବାସୀ ଏବଂ ଗୋଣ୍ଡୱନା ସମାଜ ନେତା ଫକୀର ନାଏକ । ଅଧିକ ପଢ଼ନ୍ତୁ

author img

By

Published : Apr 21, 2023, 10:37 PM IST

ଆଦିବାସୀ ସମାଜ କଂଗ୍ରେସ ଛାଡ଼ିନି କହିଲେ ଗୋଣ୍ଡୱନା ସମାଜ ନେତା

ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ବିଜେଡିର ମାଷ୍ଟର ଷ୍ଟ୍ରୋକ । ଆଦିବାସୀ ଭୋଟ ହାତେଇବାକୁ ମହେନ୍ଦ୍ର ନାଏକଙ୍କୁ ଦଳରେ ସାମିଲ କଲା ବିଜେଡି । ମହେନ୍ଦ୍ର ନାଏକ ଗତ ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ୧୮ ହଜାର ଭୋଟ ପାଇଥିଲେ ମହେନ୍ଦ୍ର । ତେବେ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ମହେନ୍ଦ୍ର କଂଗ୍ରେସର ହାତ ଛାଡ଼ି ବିଜେଡି ଶିବିରରେ ମିଶିବାକୁ ନେଇ ଝାରସୁଗୁଡ଼ା ରାଜନୀତି ସରଗରମ ହୋଇଛି । ସେପଟେ କେବଳ ମହେନ୍ଦ୍ର କଂଗ୍ରେସ ଛାଡ଼ିଛନ୍ତି, କିନ୍ତୁ ଆଦିବାସୀ ସମାଜ ଦଳ ଛାଡ଼ି ନାହିଁ ବୋଲି କହିଛନ୍ତି ଆଦିବାସୀ ଏବଂ ଗୋଣ୍ଡୱନା ସମାଜର ନେତା ଫକୀର ନାଏକ ।

ପୂର୍ବରୁ ମହେନ୍ଦ୍ର ଡେପୁଟି ସେକ୍ରେଟାରୀ ପିଡବ୍ଲୁଡିରେ ରାଜ୍ୟ ସରକାରଙ୍କର ପାଖରେ କାର୍ଯ୍ୟରତ ଥିଲେ । ଚାକିରି ଛାଡ଼ି ଆସି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ନବ ଦାସଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ଏଥିରେ ୧୮ ହଜାର ଭୋଟ ପାଇଥିଲେ ମହେନ୍ଦ୍ର । ଆଦିବାସୀ ବ୍ଲକ ଘୋଷଣା କରିବାକୁ ଲଇକେରା ଓ କିର୍ମିରାକୁ ସେ ତାଙ୍କର ଗୋଣ୍ଡୱନା ଓ ଆଦିବାସୀ ସମାଜକୁ ନେଇ ଆନ୍ଦୋଳନ କରିଥିଲେ । ବିଭିନ୍ନ ସମୟରେ ଆଦିବାସୀ ସମାଜର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ । ସେ ଗୋଣ୍ଡୱନା ସମାଜର ରାଜ୍ୟ ସଭାପତି ଅଛନ୍ତି । ଯେହେତୁ ଆଦିବାସୀ ସମାଜ ଓ ଗୋଣ୍ଡୱନା ସମାଜର ଭୋଟ ପାରମ୍ପରିକ ଭାବରେ କଂଗ୍ରେସ ସପକ୍ଷରେ ରହିଥାଏ, ଏଥର କିନ୍ତୁ ମହେନ୍ଦ୍ର ନାଏକଙ୍କୁ ଦଳରେ ନେଇ ବିଜେଡି ମାଷ୍ଟର ଷ୍ଟ୍ରୋକ ଖେଳିଛି ।

ତେବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ମଧ୍ୟ ମହେନ୍ଦ୍ର ଉପସ୍ଥିତ ରହିଥିଲେ । ସେହିପରି ଗତକାଲି କଂଗ୍ରେସ କାର୍ଯ୍ୟଳୟରେ ଚାଲିଥିବା କର୍ମୀ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ ମହେନ୍ଦ୍ର । ତେବେ ରାତାରାତି କାହିଁକି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ମହେନ୍ଦ୍ର କଂଗ୍ରେସ ଛାଡ଼ି ବିଜେଡିକୁ ଡେଇଁବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ । ସେପଟେ ଆଦିବାସୀ ଏବଂ ଗୋଣ୍ଡୱନା ସମାଜର ନେତା ଫକୀର ନାଏକ କହିଛନ୍ତି, "ସେ ଏକୁଟିଆ ଦଳ ଛାଡ଼ିଛନ୍ତି । କିନ୍ତୁ ଆଦିବାସୀ ସମାଜ ଦଳ ଛାଡ଼ି ନାହିଁ । ଝାରସୁଗୁଡ଼ା ଆଦିବାସୀ ଓ ଗୋଣ୍ଡୱନା ସମାଜ ଏବେ ମଧ୍ୟ କଂଗ୍ରେସ ସହିତ ଛିଡ଼ା ହୋଇଛି ।" ସେହିଭଳି କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର କହିଛନ୍ତି, "ମହେନ୍ଦ୍ର ନାଏକ ଦୀର୍ଘ ଦିନ ଧରି ଦଳ ଛାଡ଼ିବା ପାଇଁ ଚେଷ୍ଟା ଚଳାଇଥିଲେ । ଶେଷରେ ତାହା କଲେ ମଧ୍ୟ ।" ହେଲେ ଦଳକୁ ଏଥିରେ କୌଣସି ପ୍ରକାର ଫରକ ପଡ଼ିବ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.