ETV Bharat / state

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା: 3 ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର - ଝାରସୁଗୁଡ଼ା

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Mar 25, 2019, 9:37 PM IST

ଝାରସୁଗୁଡ଼ା: ଦୁଇଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ହୋଇଥିବା ଗୁଳିମାଡ ମାମଲାରେ ପୋଲିସ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ନମିଶ ଯାଦବ ଏବେ ବି ଫେରାର ଅଛି । ଗତ 21 ତାରିଖ ସନ୍ଧ୍ୟାରେ ବ୍ରଜରାଜନଗର ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନମିଶ ଓ ତାର ତିନି ଜଣ ସହଯୋଗୀ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକଙ୍କ ଉପରେ ଦେଶୀ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲେ । ଯେଉଁଥିରେ ଗୋଟିଏ ଗୁଳି ପିଣ୍ଟୁ ବାଉରୀର ଛାତିରେ ବାଜିଥିଲା । ଆଉ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ନେଇ ମାମଲା ରୁଜୁ ହେବା ପରେ ପୋଲିସ 3 ଜଣକୁ ଗିରଫ କରି ଆଜି କୋର୍ଟଚାଲାଣ କରିବ ବୋଲି ଓରିଏଣ୍ଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନମିଶ ଏବେ ବି ଫେରାର ଅଛି।

ଝାରସୁଗୁଡାରୁ ରବି ନାରାୟଣସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.