ଝାରସୁଗୁଡ଼ା: ମହଙ୍ଗା ପଡିଲା ମାଓବାଦୀ ନାଁରେ ଧମକ। ସ୍ଥାନୀୟ ସାଥି ଶ୍ରମିକଙ୍କ ହକ ପାଇବା ପାଇଁ ଦେଇଥିଲେ ଧମକପୂର୍ଣ୍ଣ ଚିଠି । ଏମିତି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ । ଝାରସୁଗୁଡ଼ାସ୍ଥିତ ବେଦାନ୍ତ କାରଖାନାର ସିମେନ୍ସ କମ୍ପାନୀରେ ଫିଟର ଭାବେ କାର୍ଯ୍ୟ କରୁଥିବା ଯୁଧିଷ୍ଠିର ପ୍ରଧାନ ନିଜ କମ୍ପାନୀର ସାଇଟ ଇନଚାର୍ଜକୁ ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଲେଖିଥିଲେ ।
ଯୁଧିଷ୍ଠିର ବରଗଡ଼ ଜିଲ୍ଲାର ତାଲପଦର ଗାଁର ବାସିନ୍ଦା । ସେ ଝାରସୁଗୁଡ଼ା ଜିଲ୍ଲାରେ ଆସି କରୁଥିବାବେଳେ କାମ କରୁଥିବା ଠିକା କମ୍ପାନୀ ଶ୍ରମିକଙ୍କ ଉଚିତ ଦରମା ଦେଉନଥିବାରୁ ସେ ଏଭଳି ଚିଠିରେ ଲେଖି ଧମକ ଦେଉଥିଲେ । ଚିଠିରେ ସେ ପଶ୍ଚିମଓଡିଶାର କହି ଲେଖିଥିଲେ ଯେ, ‘‘ଆମେ ମାଓବାଦୀ ସଂଗଠନ, ଶ୍ରମିକଙ୍କୁ ଠିକ ସେ ଦରମା ନଦେଲେ ଜୀବନରୁ ମାରିଦେବୁ’’ ବୋଲି ଧମକ ପୂର୍ଣ୍ଣ କଥା ଲେଖିଥିଲେ । ଏନେଇ ସିମେନ୍ସ କମ୍ପାନୀର ସାଇଟ ଇନଚାର୍ଜ ପୋଲିସକୁ ସୂଚନା ଦେବା ପରେ ପୋଲିସ ତତ୍ପରତା ଦେଖାଇ ଟ୍ରାକିଂ କରି ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ