ETV Bharat / state

ସମସ୍ୟା ଘେରରେ ସହରାଞ୍ଚଳର ‘ରାମଡେରା’ ଗାଁ

ବହୁ ସମସ୍ୟାରେ ଜର୍ଜରିତ ଥିବା ଏକ ଗାଁ ହେଉଛି ବେଲପାହାଡ଼ ସହରାଞ୍ଚଳରେ ଥିବା ‘ରାମଡେରା’ ଗାଁ । ସହର ଭିତରେ ଥିବା ଏହି ଗାଁ ସରକାରୀ ଯୋଜନାରୁ ବଞ୍ଚିତ । ଗାଁର ସମସ୍ୟା ନେଇ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

author img

By

Published : Mar 24, 2020, 8:27 PM IST

the villager of Ramdera are exiled in coal mines area
ବନବାସ କାଟୁଛନ୍ତି ‘ରାମଡେରା’ ଗ୍ରାମବାସୀ

ଝାରସୁଗୁଡା: ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ଝାରସୁଗୁଡା । ହୀରାକୁଦ ନଦୀବନ୍ଧ, କଳକାରଖାନା ଓ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଅନେକ ଗାଁ ବିସ୍ଥାପନ ଦେଖିଥିବା ବେଳେ ବହୁ ସମସ୍ୟାରେ ଜର୍ଜରିତ ଥିବା ଏକ ଗାଁ ହେଉଛି ବେଲପାହାଡ଼ ସହରାଞ୍ଚଳରେ ଥିବା ‘ରାମଡେରା’ ଗାଁ ।

ବନବାସ କାଟୁଛନ୍ତି ‘ରାମଡେରା’ ଗ୍ରାମବାସୀ

ବେଲପାହଡ ପୌରାଞ୍ଚଳ ୧୨ ନମ୍ବର ୱାର୍ଡ଼ ଛୁଆଲିବେର୍ଣ୍ଣା ନିକଟରେ ଅବସ୍ଥିତ ଏହି ଗାଁ । ଗାଁର ତିନି ପଟେ ଭରା ଜଙ୍ଗଲ । ଆଉ ଗୋଟିଏ ପଟେ ଖୋଲାମୁହଁ କୋଇଲା ଖଣି । ପ୍ରାୟ ୮୦ ବର୍ଷ ପୂର୍ବେ ରାମଡେରାରେ ରହୁଥିବା ଲୋକେ ଛତିଶଗଡ଼ ସାରଙ୍ଗଗଡ଼ରୁ ଅଞ୍ଚଳରୁ ଏଠାରେ ବସତି ସ୍ଥାପନ କରିଥିଲେ । ସେହି ସମୟରେ ସେମାନେ ବ୍ରଜରାଜନଗର ଅଞ୍ଚଳରେ ଥିବା କୋଇଲା ଖଣିରେ ଶ୍ରମିକ ଭାବେ କାମ କରୁଥିଲେ । ପରବର୍ତ୍ତୀ ସମୟରେ ଖଣି ଗୁଡିକ କୋଲ ଇଣ୍ଡିଆ ଅଧିନକୁ ଆସିଥିଲା । ଫଳରେ ଶ୍ରମିକ ନିଯୁକ୍ତି ହରାଇଥିଲେ । ସେବେଠାରୁ ଦିନ ମଜୁରିଆ ଭାବରେ କାମ କରି ଆସୁଛନ୍ତି ରାମଡେରା ଗ୍ରାମବାସୀ ।

୧୬ ବର୍ଷ ପୂର୍ବେ ରାଜସ୍ବ ବିଭାଗ ରାମଡେରାକୁ ବନ୍ଦୋବସ୍ତ କରି ଏଠିକାର ଲୋକଙ୍କୁ ଖାତା ନମ୍ବର ପ୍ଲଟ ନମ୍ବର ବଣ୍ଟନ କରିଥିଲେ । ଗ୍ରାମବାସୀମାନେ ଖଜଣା ଦେବା ସହିତ ବେଲପାହାଡ଼ ପୌର ପରିଷଦକୁ ହୋଲଡିଙ୍ଗ ଟ୍ୟାକ୍ସ ମଧ୍ୟ ପ୍ରଦାନ ଦେଉଛନ୍ତି । ହେଲେ ମଧ୍ୟ ପୌରପରିଷଦ,ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପାଖକୁ ପହଞ୍ଚି ପାରୁନାହିଁ ଏହି ଗ୍ରାମବାସୀଙ୍କ ବେଦନା । ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ରାମଡେରାବାସୀ ।

କୋଇଲା ଖଣି ବର୍ତ୍ତମାନ ସମ୍ପ୍ରସାରିତ ହୋଇ ରାମଡେରା ଗ୍ରାମର ୫୦ ମିଟର ନିକଟକୁ ପହଞ୍ଚିଲାଣି । ଆଗାମୀ ଦିନରେ ଅଧିକ କୋଇଲା ଉତ୍ତୋଳନ ପାଇଁ ଏହି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରିବାର ଯୋଜନା ରହିଛି । ଏନେଇ ଏମସିଏଲ ପକ୍ଷରୁ ଗ୍ରାମବାସୀଙ୍କୁ ନୋଟିସ ମଧ୍ୟ କରାଯାଇଛି । ତେବେ ଉଚିତ କ୍ଷତିପୂରଣ ଓ ଥଇଥାନ ପାଇଁ ଜମି ଚିହ୍ନଟ ହୋଇ ନଥିବାରୁ ଗ୍ରାମବାସୀମାନେ ନିଜ ଭିଟାମାଟି ଛାଡିବାକୁ ନାରାଜ । ହେଲେ ମଧ୍ୟ କୋଇଲା ଉତ୍ତୋଳନ ପାଇଁ ଖଣିରେ ପ୍ରତିଦିନ ବ୍ଲାଷ୍ଟିଂ କରାଯାଉଛି । ଫଳରେ ଗ୍ରାମରେ ଥିବା ମାଟି ଘରଗୁଡିକ ଭାଙ୍ଗିବାରେ ଲାଗିଛି । ବର୍ତ୍ତମାନ ଗାଁରେ କେବଳ ୧୩ ପରିବାରର ୬୪ ଜଣ ରହୁଛନ୍ତି ।

କେବେଳ ଏତିକିରେ ସରିନି ଏହି 13 ପରିବାରର ଦୁଃଖ । ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟାଳୟ, ଚିକିତ୍ସା ସୁବିଧା, ସରକାରୀ ଯୋଜନାରୁ ବଞ୍ଚିତ ଏହି ଗାଁ । ଗାଁ ଟି ପୌର ପରିଷଦ ଅଧିନରେ ଥିଲେ ମଧ୍ୟ ଏଠାକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ । ରାସ୍ତା ନଥିବାରୁ ଏହି ଗାଁକୁ ଆମ୍ବୁଲାନ୍ସଟିଏ ମଧ୍ୟ ଯାଇପାରେ ନାହିଁ । ଫଳରେ ଗ୍ରାମବାସୀମାନେ ଏଠି ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି । ଗାଁରେ ବିଦ୍ୟାଳୟ ତ ଦୂରରକଥା ଆଙ୍ଗନୱାଡ଼ି ଟିଏ ମଧ୍ୟ ନାହିଁ । ଫଳରେ ପିଲାମାନେ ୪ କିଲଲୋମିଟର ଦୂରରେ ଥିବା ବ୍ରଜରାଜନଗର ଲମଟିବାହାଲ ଗାଁକୁ ପାଠ ପଢ଼ିବାକୁ ଯାଆନ୍ତି ।

ସେହିପରି ଗ୍ରାମରେ ଦୁଇଟି ନଳକୂଅ ଥିବାବେଳେ ଗୋଟିଏ ଖରାପ ହୋଇ ପଡିଛି ଓ ଅନ୍ୟଟିରେ ପିଇବା ଯୋଗ୍ୟ ପାଣି ଆସୁନାହିଁ । କୂଅ ମଧ୍ୟ ଦୁଇଟି ଥିବାବେଳେ କୋଇଲା ଖଣିରେ କୋଇଲା ଉତ୍ତୋଳନ ହେଉଥିବା ଯୋଗୁଁ କୂଅ ପାଣି ଅଦିନରେ ଶୁଖିଲା ରହୁଥିବା ଅଭିଯୋଗ କରି ଗ୍ରାମବାସୀ ପୌରପରିଷଦରେ ଅଭିଯୋଗ କଲାପରେ ଗ୍ରାମକୁ ଟ୍ୟାଙ୍କରରେ ପାଣି ପଠାଯାଉଛି । ହେଲେ ସେହି ପାଣି ଟ୍ୟାଙ୍କର ମଧ୍ୟ ପ୍ରତି ୨ ଦିନରେ ଥରେ ଆସୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଗ୍ରାମରେ ରାଜୀବ ଗାନ୍ଧି ଗ୍ରାମ ଜ୍ୟୋତି ଯୋଜନାରେ ୨୦୧୦ ମସିହାରେ ବିଦ୍ୟୁତ ସଂଯୋଗ ହୋଇଥିଲେ ହେଁ ଗାଁରେ ସବୁବେଳେ ବିଦ୍ୟୁତ ନଥିବା ଅଭିଯୋଗ କରିଛନ୍ତି । ଏହି ସମସ୍ତ ସମସ୍ୟା ଓ ବିସ୍ଥାପନର ଭୟରେ ପେଶି ହେଉଛନ୍ତି ରାମଡେରାବାସୀ । ଜେଜେ ବାପା ଅମଳରୁ ସେମାନେ ଏଠାରେ ରହି ଆସୁଛନ୍ତି । ଏଠାରୁ ସେମାନେ ଚାଲିଗଲେ ସେମାନଙ୍କୁ ଥଇଥାନ ନ କରାଇ ଭିଟା ମାଟିରେ କୋଇଲା ଉତ୍ତୋଳନ ପାଇଁ ମାଡିବସିବ । ଯାହ ଫଳରେ ସେମାନେ କ୍ଷତିପୂରଣରୁ ବଞ୍ଚିତ ହୋଇରହିଯିବେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.