ETV Bharat / state

ଓଡ଼ିଶାରେ ଗଡ଼ିଲା ଦେଶର ସବୁଠୁ ଲମ୍ବା ମାଲଗାଡ଼ି ‘ସୁପର ଆନାକୋଣ୍ଡା’ - 'Super Anaconda' train in Odisha

ଓଡ଼ିଶାର ବ୍ରଜରାଜନଗର ନିକଟ ଲାଜକୁରାରୁ ରାଉରକେଲା ଷ୍ଟେସନ ମଧ୍ୟରେ ଏହି ମାଲଗାଡ଼ିକୁ ଟ୍ରାକରେ ଗଡ଼ାଇ ଭାରତୀୟ ରେଲୱେ ନୂଆ ରେକର୍ଡ ସ୍ଥାପନ କରିଛି । କମ୍‌ ସମୟରେ ଅଧିକ ମାଲ ପରିବହନ କ୍ଷେତ୍ରରେ ଏହା ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି ।

freight train
ସବୁଠୁ ଲମ୍ବା ମାଲଗାଡ଼ି ‘ସୁପର ଆନାକୋଣ୍ଡା’
author img

By

Published : Jul 1, 2020, 7:58 PM IST

ଝାରସୁଗୁଡା: ଓଡ଼ିଶାରେ ପ୍ରଥମଥର ଲାଗି ଗଡ଼ିଛି ଦେଶର ସବୁଠୁ ଲମ୍ବା ମାଲଗାଡ଼ି । ଯାହାର ନାଁ ରହିଛି ‘ସୁପର ଆନାକୋଣ୍ଡା’। ଏହି ମାଲଗାଡ଼ିର ଦୈର୍ଘ୍ୟ ୨ କିଲୋମିଟର ଥିବାବେଳେ ଏଥିରେ ୧୭୭ ୱାଗନ ଖଞ୍ଜାଯାଇଛି । ଓଡ଼ିଶାର ବ୍ରଜରାଜନଗର ନିକଟ ଲାଜକୁରାରୁ ରାଉରକେଲା ଷ୍ଟେସନ ମଧ୍ୟରେ ଏହି ମାଲଗାଡ଼ିକୁ ଟ୍ରାକରେ ଗଡ଼ାଇ ଭାରତୀୟ ରେଲୱେ ନୂଆ ରେକର୍ଡ ସ୍ଥାପନ କରିଛି । କମ୍‌ ସମୟରେ ଅଧିକ ମାଲ ପରିବହନ କ୍ଷେତ୍ରରେ ଏହା ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି ।

freight train
ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭିଡିଓ ସେୟାର କରି ଏହାକୁ ‘ସୁପର ଆନାକୋଣ୍ଡା’ ବୋଲି ନାମ ଦେଇଛନ୍ତି । ୨ କିଲୋମିଟର ଲମ୍ବ ବିଶିଷ୍ଟ ଟ୍ରେନ ଟ୍ରାକରେ ଚାଲିବା ଦେଶରେ ପ୍ରଥମ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହା ଭାରତୀୟ ରେଳ ପାଇଁ ବହୁତ ବଡ଼ ଉପଲବ୍ଧି ବୋଲି ସେ ଟ୍ବିଟ୍‌ କରିଛନ୍ତି ।

ସବୁଠୁ ଲମ୍ବା ମାଲଗାଡ଼ି ‘ସୁପର ଆନାକୋଣ୍ଡା’

ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥ ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଲାଇଛି । ଏହି ଟ୍ରେନରେ ମୋଟ ୧୫ ହଜାର ଟନ୍ ଓଜନର ମାଲ୍ ଲୋଡ୍‌ ହୋଇଥିଲା । ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ମାଲଗାଡ଼ିଟି ଚାଲିଥିଲା ।

ବ୍ରଜରାଜନଗର ନିକଟ ଲାଜକୁରାରୁ ଟ୍ରେନ ବାହାରି ୨ ଘଣ୍ଟା ୧୫ ମିନିଟରେ ରେକର୍ଡ ସମୟ ମଧ୍ୟରେ ରାଉରକେଲାରେ ପହଞ୍ଚିଥିଲା । ଏକା ସାଙ୍ଗରେ ୩ଟି ମାଲଗାଡ଼ିକୁ ଚଳାଇବା ଏକ ରୋମାଞ୍ଚପୂର୍ଣ୍ଣ ଅନୁଭବ ଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ମାଲଗାଡ଼ି ପାଇଁ ୬୦୦୦ ହର୍ସପାୱାର ବିଶିଷ୍ଟ ୩ଟି ଇଲେକ୍ଟ୍ରିକ୍‌ ଇଞ୍ଜିନ ଲଗାଯାଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.