ETV Bharat / state

କୋଶଳ ସେନାକର୍ମୀଙ୍କୁ ଗିରଫ ପ୍ରତିବାଦରେ ଏସପି ଅଫିସ ଘେରାଉ - ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି

କୋଶଳ ସେନା ପକ୍ଷରୁ ଆଜି ଝାରସୁଗୁଡ଼ା ଏସପି ଅଫିସ ଘେରାଉ କରାଯାଇଛି । ବିନା କାରଣରେ କୋଶଳ ସେନାକର୍ମୀଙ୍କୁ ଗିରଫ କରିବା ପ୍ରତିବାଦରେ ଏହି ଘେରାଉ କରାଯାଇଛି ବୋଲି କୋଶଳ ସେନା ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ

କୋଶଳ ସେନାକର୍ମୀଙ୍କୁ ଗିରଫ ପ୍ରତିବାଦରେ ଏସପି ଅଫିସ ଘେରାଉ

author img

By

Published : Sep 27, 2022, 7:31 PM IST

ଝାରସୁଗୁଡ଼ା : କୋଶଳ ସେନା ପକ୍ଷରୁ ଆଜି ଝାରସୁଗୁଡ଼ା ଏସପି ଅଫିସ ଘେରାଉ କରାଯାଇଛି (The Jharsuguda SP office was surrounded) । କୋଶଳ ରାଜ୍ୟ ଗଠନ ଦାବିରେ ଝାରସୁଗୁଡାରେ ବନ୍ଦ ପାଳନ ସମୟରେ କୋଶଳ ସେନାକର୍ମୀଙ୍କୁ ବିନା କାରଣରେ ଗିରଫ କରିଥିଲା ପୋଲିସ । ଏହାର ପ୍ରତିବାଦରେ ଏସପି ଅଫିସ ଘେରାଉ କରାଯାଇଛି ବୋଲି କୋଶଳ ସେନା ( Kosala Sena in protest against the arrest of Kosala Sena ) ପକ୍ଷରୁ କୁହାଯାଇଛି ।

କୋଶଳ ସେନାକର୍ମୀଙ୍କୁ ଗିରଫ ପ୍ରତିବାଦରେ ଏସପି ଅଫିସ ଘେରାଉ

ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ରାଲି ବାହାରି ଝାରସୁଗୁଡା ଏସପି ଅଫିସ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ କୋଶଳ ସେନା କର୍ମୀ । ଏସପି ଅଫିସ ନିକଟରେ କୋଶଳ ସେନାର କର୍ମୀମାନେ ପହଞ୍ଚି ପୋଲିସ ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ କୋଶଳ ରାଜ୍ୟ କରିବାକୁ ଦାବି କରିଥିଲେ । ସେହିପରି କୋଶଳ ସେନାର କର୍ମୀଙ୍କ ନାଁରେ ଲାଗିଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରାଯାଉ । ନଚେତ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରିବେ ବୋଲି ଏସପି କାର୍ଯ୍ୟାଳୟ ଆଗରେ ଚେତାବନୀ ଦେଇଥିଲେ ।

ଅଭିଯୋଗ ଅନୁସାରେ, କୋଶଳ ରାଜ୍ୟ ଗଠନ ଦାବିରେ ଚଳିତ ମାସ ୭ ତାରିଖରେ ଝାରସୁଗୁଡାରେ ବନ୍ଦ ପାଳନ କରାଯାଇଥିଲା । ଶାନ୍ତିଶୃଙ୍ଖଳା ଭାବେ ଚାଲିଥିଲା ଏହି ବନ୍ଦ ପାଳନ । ପଶ୍ଚିମ ଓଡ଼ିଶାର 9ଟି ଜିଲ୍ଲାରେ ଏହାର ପ୍ରଭାବ ରହିଥିଲା । କିନ୍ତୁ ହଠାତ ପୋଲିସ ଆସି ସେହି ସମୟରେ ସମସ୍ତ କୋଶଳ ସେନାକର୍ମୀଙ୍କୁ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢ଼ନ୍ତୁ.....କୋଶଳକର୍ମୀଙ୍କୁ ଗିରଫ ଘଟଣା, ଆସନ୍ତାକାଲି SP ଅଫିସ ଘେରାଉ କରିବ କୋଶଳ ସେନା

ଏପରିକି କୋଶଳ ସେନାକର୍ମୀଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା ପୋଲିସ (Kosala Sena)। ଏହାର ପ୍ରତିବାଦରେ ଆଜି ଏସପି ଅଫିସ ଘେରାଉ କରିଛି କୋଶଳ ସେନା । ଏନେଇ କୋଶଳ ସେନା କେନ୍ଦ୍ରୀୟ ସଂଯୋଜକ ଅଭିନାଶ ଚନ୍ଦ୍ର ବିଶି କହିଛନ୍ତି, ''ଏହା ଆମ ବିରୋଧରେ ଏକ ଷଡଯନ୍ତ୍ର ଥିଲା । ଆମ ସେନାକୁ ଗିରଫ କରିବା କାରଣରୁ ଝାରସୁଗୁଡାରେ ମହାବନ୍ଦ ପ୍ରଭାବ ପଡିନଥିଲା । ତେବେ ପୋଲିସ ପ୍ରଶାସନ କେଉଁ ଚାପରେ ଏବଂ କାହା ଚାପରେ ଆସି ଏହି ପଦକ୍ଷେପ ଗ୍ରହଣ କରିଥିଲେ ତାହା ସ୍ପଷ୍ଟ କରନ୍ତୁ'' ।

ସେପଟେ ଏ ସମ୍ପର୍କରେ ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, '' ଗତ ୭ ତାରିଖରେ ଝାରସୁଗୁଡାରେ ଯେଉଁ ବନ୍ଦ ପାଳନ ଚାଲିଥିଲା ସେଥିରେ ଏହି କୋଶଳ କର୍ମୀ ଟ୍ରାଫିକ ନିୟମକୁ ଉଲ୍ଲଘଂନ କରିଥିଲେ । ଯେଉଁଥିରେ ସାଧାରଣ ଲୋକେ ହଇରାଣ ହୋଇଥିଲେ । ଏହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତଥାପି ଏମାନେ ମାନି ନଥିଲେ । ଯାହାଫଳରେ ପୋଲିସ ବାଧ୍ୟ ହୋଇ ଏହି କୋଶଳ ସେନା କର୍ମୀଙ୍କୁ ଉଠାଇ ନେଇଥିଲା । ତେଣୁ ଆଇନକାନୁନ ମାନି ଆନ୍ଦୋଳନ କରିଲେ ସେଥିରେ ସମସ୍ତ ସହଯୋଗ କରାଯିବ ବୋଲି ଏସପି କହିଥିବା ଏସଡିପିଓ ଆଜି ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।''

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ପଶ୍ଚିମ ଓଡ଼ିଶାର ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଥିଲା । ନୂଆପଡ଼ା ଜିଲ୍ଲାରେ କୋଶଳ ମୁକ୍ତି ମୋର୍ଚ୍ଚା ଆହ୍ବାନରେ ରାଜ୍ୟ ଦଳିତ ଅଧିକାର ମଞ୍ଚ ସମର୍ଥନ ଜଣାଇଥିଲା । ଫଲରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବା ପାଇଁ କୋଶଳ ସେନା ଆହ୍ୱାନ ଦେଇଥିଲା । ବିଭିନ୍ନ ସ୍ଥାନରେ କୋଶଳ ସେନା ପକ୍ଷରୁ ପିକେଟିଂ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ସମୁଦାୟ ୭୩ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.