ETV Bharat / state

୨୫ତମ ଓଡ଼ିଶା ନଲେଜ ହବ୍ ଲେକଚର ସିରିଜ ଅନୁଷ୍ଠିତ

୨୫ତମଓଡ଼ିଶା ନଲେଜ ହବ୍ ଲେକଚର ସିରିଜ ଆଭାସି ଜରିଆରେ 'ମାଇଁ ଆର୍ଥ ସଙ୍ଗଶ୍' ବିଷୟ ବସ୍ତୁକୁ ନେଇ ଗ୍ରାମୀ ଆୱାର୍ଡ ବିଜେତା, ଇଣ୍ଡିଆ ମ୍ୟୁଜିକ କମ୍ପୋଜର ଓ ପରିବେଶବିତ୍ ଡଃ ରିକି କେଜ୍ ପରିବେଶକୁ ଦୀର୍ଘସ୍ଥାୟୀ ସୂତ୍ରରେ ବଞ୍ଚାଇ ରଖିବା ସକାଶେ ଯୁବ ସମାଜ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଭୁବନେଶ୍ୱରସ୍ଥିତ ଓଡିଶା ଲୋକ ସେବା ଭବନଠାରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

25th Odisha Knowledge Hub Lecture Series has been held
୨୫ତମ ଓଡ଼ିଶା ନଲେଜ ହବ୍ ଲେକଚର ସିରିଜ ଅନୁଷ୍ଠିତ
author img

By

Published : Jul 5, 2022, 10:50 AM IST

ଝାରସୁଗୁଡ଼ା: ଆଭାସି ମାଧ୍ୟମରେ ୨୫ତମ ଓଡ଼ିଶା ନଲେଜ ହବ୍ ଲେକଚର ସିରିଜ ଅନୁଷ୍ଠିତ । ଏହି ଜରିଆରେ 'ମାଇଁ ଆର୍ଥ ସଙ୍ଗଶ୍' ବିଷୟ ବସ୍ତୁକୁ ନେଇ ଗ୍ରାମୀ ଆୱାର୍ଡ ବିଜେତା, ଇଣ୍ଡିଆ ମ୍ୟୁଜିକ କମ୍ପୋଜର ଓ ପରିବେଶବିତ୍ ଡଃ ରିକି କେଜ୍ ପରିବେଶକୁ ଦୀର୍ଘସ୍ଥାୟୀ ସୂତ୍ରରେ ବଞ୍ଚାଇ ରଖିବା ସକାଶେ ଯୁବ ସମାଜ ମଧ୍ୟରେ ସଚେତନତା ସୃଷ୍ଟି ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ସଙ୍ଗୀତ ମାଧ୍ୟମରେ ପରିବେଶ ପାଇଁ ରିକି କେଜଙ୍କ ପ୍ରଶଂସା କରିଥିଲେ ।

ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ପଦାଧିକାରୀଙ୍କ ଗହଣରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ପ୍ରବୀର କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ବର ଅମାତ , ପି ଡି (ପୁନର୍ବାସ ଓ ଥଇଥାନ ) ଆଲୋମଣି ସେଠୀ ,ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଯୋଗେନ୍ଦ୍ର ମାଝୀ , ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ , ଡଃ ସ୍ଵର୍ଣମୟୀ ପୁରୋହିତ , ସାହିତ୍ୟ ଆକାଡେମୀ ସଦସ୍ୟା ଡଃ ଶିବପ୍ରିୟା ମିଶ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଲତା ମିଞ୍ଜ , ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସୁରଙ୍ଗ ପ୍ରଧାନ , ସରବାହାଲ ଉଚ୍ଚ ବିଦ୍ୟାଳୟ ଓ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସରୋଜ ସାମଲ ଏହି ଅବସରରେ ପରିବେଶ ସୁରକ୍ଷା ନେଇ ଉପସ୍ଥିତ ଛାତ୍ରମାନେ କିପରି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବେ ସେଥିପାଇଁ ଉପଦେଶ ଦେଇଥିଲେ ।

ଇଟିଭି ଭାରତ,ଝାରସୁଗୁଡା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.