ETV Bharat / state

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ରଶି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା - ପୁଣି ଏକ ଛାତ୍ରଙ୍କ ଆତ୍ମହତ୍ୟା

ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଟି.ଆର.ଏଲ. କଲୋନୀରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢ଼ନ୍ତୁ

student suicide in jharsuguda
ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ରଶି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା
author img

By

Published : Jul 9, 2022, 7:25 PM IST

ଝାରସୁଗୁଡ଼ା: ବେଲପାହାଡ଼ ଥାନା ଅନ୍ତର୍ଗତ ଟି.ଆର.ଏଲ. କଲୋନୀରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ କୁନାଲ ଗଡ଼ନାଏକ ହୋଇଥିବା ଜଣାପଡ଼ିଛି ।

ରଶି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

ଘଟଣା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ ଟି.ଆର.ଏଲ. କଲୋନୀରେ ରହୁଥିବା କିଶୋର ଗଡ଼ନାୟକଙ୍କ ପୁଅ କୁନାଲ ଗଡ଼ନାଏକ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସର ପ୍ରାଥମିକ ତଦନ୍ତ ମୁତାବକ ସମ୍ବଲପୁରର ଏକ ଘରୋଇ କଲେଜରେ କୁନାଲ ପାଠ ପଢୁଥିଲେ। କୌଣସି କାରଣରୁ କଲେଜ ପକ୍ଷରୁ ବାରମ୍ବାର ତାଙ୍କ ପାଖକୁ ଚିଠି ଆସୁଥିଲା। ଯାହାକୁ ନେଇ କୁନାଲଙ୍କ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ। କୁନାଲ ଏଥିରେ ଉତକ୍ଷିପ୍ତ ହୋଇ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.