ଝାରସୁଗୁଡା: ଜାତୀୟ ମୁକ୍ତି ସଂଗ୍ରାମରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ । ଜାନୁଆରୀ ୨୩ ତାରିଖ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଝାରସୁଗୁଡା ଜିଲ୍ଲା ।
ସ୍ୱାଧିନତା ସଂଗ୍ରାମର ଅଗ୍ରଣୀ ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ଭଳି ମହାନାୟକଙ୍କୁ ଯେଭଳି ସମ୍ମାନ ଓ ମର୍ଯ୍ୟାଦା ଦିଆଯିବ ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ।
ଆଜି ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ ସାଂସଦ ସୁରେଶ ପୂଜାରୀ ସମେତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଏହି ପୂର୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ