ETV Bharat / state

ଭୁବନେଶ୍ୱରରେ ସାମ୍ବାଦିକ ଅତିଥି ଭବନ ନିର୍ମାଣ ସହ ଜିଲ୍ଲାପାଳଙ୍କୁ 11 ଦଫା ଦାବି ପ୍ରଦାନ କଲା ରାଜ୍ୟ ସାମ୍ବାଦିକ ସଂଘ

author img

By

Published : Jul 1, 2023, 4:23 PM IST

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ରାଜ୍ୟ ସାମ୍ବାଦିକ ସଂଘ ଝାରସୁଗୁଡ଼ା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି। ଅଧିକ ପଢନ୍ତୁ

State Press Association
State Press Association
State Press Association

ଝାରସୁଗୁଡା: ଗଣମାଧ୍ୟମ ସମ୍ବିଧାନର ଚତୁର୍ଥ ସ୍ତମ୍ଭ। ନିଜ ଜୀବନକୁ ଖାତିର ନକରି ଅହରହ ଖବର ସଂଗ୍ରହ କରିବା ସହ ପରିବେଷଣ କରି ଚାଲିଛନ୍ତି ସାମ୍ବାଦିକ। କିନ୍ତୁ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଏଣୁ ରାଜ୍ୟ ସାମ୍ବାଦିକ ସଂଘ ଝାରସୁଗୁଡ଼ା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରିଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

11 ଦଫା ଦାବି: 1- ମହାରାଷ୍ଟ ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ

2-ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।

3- ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି ସେମାନେ ରୋଗଗ୍ରସ୍ତ, ଦୁର୍ଘଟଣାରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି। ତେଣୁ ସେମାନଙ୍କୁ ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ କରାଯାଉ ।

4- ମୃତ୍ୟୁ ବରଣ କରୁଥିବା ସାମ୍ବାଦିକ ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ଅତି କମରେ ୨୫ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଉ।

5- ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ରହିଛି। ଏଥିସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଗୁଡିକ ରହିଥିବାରୁ ସେଠାରେ ସାମ୍ବାଦିକ ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରାଯାଉ ।

6-କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଅତି କମରେ ମାସିକ ୧୫ ହଜାର ଟଙ୍କା ଭତ୍ତା ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ।

7-ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମାରେ କମ୍ପ୍ୟୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ "ସାମ୍ବାଦିକ ପ୍ରକୋଷ୍ଠ" ନିର୍ମାଣ କରାଯାଉ ।

8-ଗତ 5 ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବ ଢାଞ୍ଚାକୁ ଅପରିବର୍ତ୍ତିତ ରଖାଯାଉ।

9- ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ ପୋର୍ଟାଲ ସାମ୍ବାଦିକ ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରାଯାଉ।

10-ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକକୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ।

11-ଜିଲ୍ଲା,ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନିଆଯାଉ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସାମ୍ବାଦିକ ସଂଘ ଝାରସୁଗୁଡ଼ା ଶାଖାର ସଭାପତି ସୁବାସ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ମିଶ୍ର, ସାଧାରଣ ସମ୍ପାଦକ ସନ୍ତୋଷ ସାହୁ, ପ୍ରଶାନ୍ତ ମାଝୀ, ଗୁରୁଚରଣ ବାଘ, ସିତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.