ETV Bharat / state

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Dec 28, 2023, 10:25 PM IST

Srimandir Parikrama Project invitation : ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ କାର୍ଯ୍ୟକ୍ରମ । ଝାରସୁଗୁଡାରେ ଚାରିଜଣିଆ ପ୍ରତିନିଧି ଦଳଙ୍କୁ ପ୍ରଶାସନର ସ୍ବାଗତ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ଝାରସୁଗୁଡାରେ ପରିକ୍ରମା ପ୍ରକଳ୍ପ ନିମିତ୍ତ ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟର ପ୍ରମୁଖ ଦେବାଦେବୀ ପୀଠରେ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ସେବାୟତ କୁଳ । ଏହି କ୍ରମରେ ପୁରୀ ଶ୍ରୀମନ୍ଦିର ସେବାୟତମାନଙ୍କ ଦ୍ବାରା ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ରୁ ଚାରିଜଣିଆ ପ୍ରତିନିଧି ଦଳ ସଂସ୍କୃତି ଭବନଠାରେ ପହଁଚିବା ପରେ ଝାରସୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ଗଜରାଜ ପ୍ରଧାନ ଏବଂ ଚାରଭାଟିର ମା' ବସୁନ୍ଧରା ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ ରାଜପୁରର ରାଧାମାଧବ ସଂକୀର୍ତ୍ତନ୍ୟ ମଣ୍ଡଳୀ ଦ୍ବାରା ସ୍ବାଗତ କରାଯାଇଥିଲା ।

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ବର ଅମାତ ଯୋଗଦାନ କରିଥିଲେ । ପ୍ରଶାସନ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିନିଧି ମଣ୍ଡଳୀର ନୋଡାଲ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନର ପୁରୀ ଜିଲ୍ଲା ପ୍ରକଳ୍ପ ପରିଚାଳକ ବନଜକାନ୍ତ ମାହାରୀ ଓ ସଦସ୍ୟ ଭାବେ ସେବାୟତ ସିଂହାରୀ ହରିହର କର, ହରେକୃଷ୍ଣ କର ଓ ଦୀନକୃଷ୍ଣ କର ପରିକ୍ରମା ଯାତ୍ରାରେ ଆସିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଅମାତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ବାଗତ ଜଣାଇଥିଲେ । ପ୍ରତିନିଧି ମଣ୍ଡଳୀର ବରିଷ୍ଠ ସଦସ୍ୟ ସେବାୟତ ସିଂହାରୀ ହରିହର କର ଓ ନୋଡାଲ ଅଧିକାରୀ ମାହାରୀ ପରିକ୍ରମା ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ ....ପରିକ୍ରମା ପ୍ରକଳ୍ପ ପାଇଁ ମା' ଶାରଳା ଓ କୁଜ ବିହାରୀଙ୍କୁ ନିମନ୍ତ୍ରଣ

ପ୍ରତିନିଧି ମଣ୍ଡଳୀ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଝାଡେଶ୍ବର ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମହାପାତ୍ର ଓ କୁକୁରଜଂଘା ଜଗନ୍ନାଥ ମନ୍ଦିର ପୂଜକ ମହନ୍ତ ବ୍ରହ୍ମାନନ୍ଦ ଦାସ ମହାରାଜ ଓ ସଭ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ସଂଯୋଜନା କରିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସୁରଙ୍ଗ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା, ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ କୁମାର ମହାରଣାଙ୍କ ସମେତ ମେହବୁବ ମହତାବ, ପିଣ୍ଟୁ ପାଢ଼ୀ,ଗଣେଶ ନାଏକ,ଦେବେନ୍ଦ୍ର ମହାପାତ୍ର , ରଞ୍ଜନ ମହାପାତ୍ର,ଅନୀଲ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜେଶ ସେଠ,ସନ୍ଦୀପ ଓ ସମୀର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.