ETV Bharat / state

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ଚିନ୍ତାରେ ରାଜ୍ୟ ସରକାର

author img

By

Published : Apr 8, 2021, 7:55 AM IST

ରାଜ୍ୟରେ ଲକଡାଉନ, ସଟଡାଉନ କିମ୍ବା ଡେ କର୍ଫ୍ୟୁ ବା ୧୪୪ ଧାରା ଲଗାଯିବା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଅଧିକ ପଢନ୍ତୁ...

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ସରକାରଙ୍କୁ ଘାରିଲା ଟେନସନ

ଝାରସୁଗୁଡା: ପଡୋଶୀ ରାଜ୍ୟ ଛତିଶଗଡରେ ବଢୁଛି ଦୈନିକ ସଂକ୍ରମଣ । ଏନେଇ ରାୟପୁରକୁ ଆସନ୍ତା ଶୁକ୍ରବାରଠାରୁ 11 ଦିନିଆ ଲକଡାଉନ୍ କରାଯିବା ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ରାଜ୍ୟରେ ଲକଡାଉନ, ସଟଡାଉନ କିମ୍ବା ଡେ କର୍ଫ୍ୟୁ ବା ୧୪୪ ଧାରା ଲଗାଯିବା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଦେଶରେ କୋରୋନାର ଦ୍ୱିତୀୟ ଲହର ପ୍ରଭାବରେ ସାରା ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଓଡିଶାରେ ମଧ୍ୟ ଏହାରା ପ୍ରଭାବ ପଡିଛି । ଏହି ସଂକ୍ରମଣ ସାରା ରାଜ୍ୟରେ ସମାନ ଧାରାରେ ବଢୁ ନଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏଥିପାଇଁ ରାଜ୍ୟର କୋରୋନା ସଂକ୍ରମିତ ଜିଲ୍ଲା ଭାବେ ଦୁଇଟି କ୍ଲଷ୍ଟର କରି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପ୍ରଦୀପ ଜେନା । ପ୍ରକାଶଥାଉକି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ବୁଧବାର ଦୁଇଦିନିଆ ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ ଅବସରରେ ଝାରସୁଗୁଡାର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟକ୍ରମର ସହ କୋଭିଡ୍ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ।

ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନା ଓ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସାଧାରଣ ଜନତା ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତଧୁଆ ଉପରେ ଗୁରୁତ୍ୱ ଦେଲେ ଓଡିଶାର ସ୍ଥିତିକୁ ସମ୍ଭାଳି ପାରିବା ବୋଲି କୁହାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.