ETV Bharat / state

ଝାରସୁଗୁଡାରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଲୋକାର୍ପିତ

author img

By

Published : Apr 23, 2020, 12:03 AM IST

Updated : Apr 23, 2020, 12:06 PM IST

ଝାରସୁଗୁଡାରେ ଲୋକାର୍ପିତ ହୋଇଛି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ। ବେଦାନ୍ତ ପକ୍ଷରୁ ଡାକ୍ତରଖାନା ନିର୍ମାଣରେ 2 କୋଟି ଟଙ୍କାର ସହାୟତା ଦେଇଥିବା ଏହାର ସିଇଓ କହିଥିଲେ । ଆଗକୁ ଅଧିକ ସହାୟତା ଦିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡାରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଲୋକାର୍ପିତ
ଝାରସୁଗୁଡାରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଲୋକାର୍ପିତ

ଝାରସୁଗୁଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ସହର ମଧ୍ୟରେ ଥିବା ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ବୁଧବାର ଲୋକାର୍ପିତ କରାଯାଇଛି । ମଙ୍ଗଳବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଲୋକାର୍ପଣ କରିଛନ୍ତି । ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ରହିଛି ।

ଏହି ସମାରୋହରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଉଦଘାଟନ ସମାରୋହରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଭଗବାନଙ୍କ ସହ ତୁଳନା କରିଥିଲେ ।

ଏହାସହ ବେଦାନ୍ତ ପକ୍ଷରୁ ଡାକ୍ତରଖାନା ନିର୍ମାଣରେ 2 କୋଟି ଟଙ୍କାର ସହାୟତା ଦେଇଥିବା ଏହାର ସିଇଓ କହିଥିଲେ । ଆଗକୁ ଅଧିକ ସହାୟତା ଦିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷେ ହାଇଟେକ ଗ୍ରୁପ ପକ୍ଷରୁ ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ କହିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 23, 2020, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.