ETV Bharat / state

Samarth Murder Case: ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ - ସମର୍ଥ ହତ୍ୟା ଘଟଣା

ସମର୍ଥ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଅଧିକ ପଢନ୍ତୁ

Samarth Murder Case
Samarth Murder Case
author img

By

Published : Apr 4, 2023, 3:42 PM IST

ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି । ରିଜର୍ଭ ବାଟାଲିୟନ ବାଥରୁମ ସାମ୍ନାରେ ଥିବା ଦର୍ପଣ କାଚ ଭାଙ୍ଗି ହାତ କାଟିଥିଲା ଅଭିଯୁକ୍ତ । ବେକ କାଟିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିଲା ପୋଲିସ । ଏହାପରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଅଭିଯୁକ୍ତ ଅମିତ ଶର୍ମା କାଚରେ ନିଜ ହାତ ଓ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂଚନା ଦେଇଛି । ନାବାଳକ ସମର୍ଥ ଅଗ୍ରୱାଲକୁ ଅପରହରଣ ଓ ହତ୍ୟା ଘଟଣାରେ ଝରସୁଗୁଡା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲକୁ ତିନିଦିନ ରିମାଣ୍ଡରେ ନେଇଥିଲା । ଆଜି ରିମାଣ୍ଡର ଶେଷ ଦିନରେ ଦୁଇ ଅଭିଯୁକ୍ତକୁ ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୋଲିସ । ଏହି ହତ୍ୟାକାଣ୍ଡ ଟଙ୍କା ପାଇଁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣା ପଡିନାହିଁ ।

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡା ସମର୍ଥ ହତ୍ୟାକାଣ୍ଡ ଘଟଣା, ବୁର୍ଲାରେ ସିନ ରିକ୍ରିଏସନ୍‌ କରୁଛି ଝାରସୁଗୁଡା ପୋଲିସ

ଗତ ୨୭ ତାରିଖରେ ସରବାହାଲରେ ରହୁଥିବା ୧୫ ବର୍ଷୀୟ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରି ଗୁରୁବାର ଏସଡିଜେଏମ କୋର୍ଟକୁ ଚାଲାଣ କରିଥିଲା। ଏହାପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟରୁ ୩ଦିନ ପାଇଁ ରିମାଣ୍ଡରେ ଅଣାଯାଇ ସିନ୍‌ ରିକ୍ରିଏସନ୍ କରିଥିଲା ପୋଲିସ । ସମର୍ଥଙ୍କୁ ଝାରସୁଗୁଡ଼ାରୁ ଅପହରଣ କରି ବୁର୍ଲା ସ୍ଥିତ ଅଭିଯୁକ୍ତଙ୍କ ସମ୍ପର୍କୀୟ ଗଣେଶ ନାଏକଙ୍କ ଘରେ ଗୋଟିଏ ରାତି ରଖିବା ପରେ ବରଗଡ଼କୁ ନେଇ ହତ୍ୟା କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ଗଣେଶ ନାଏକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-Samarth Murder Case: ନ୍ୟାୟ ଦାବିରେ ୟୁଥ ସଂଘର ଥାନା ଘେରାଉ

ସମର୍ଥ ହତ୍ୟା ଘଟଣାରେ ଝାରସୁଗୁଡ଼ା ସହରରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଦୋଷୀଙ୍କୁ କଠୋର ଦଣ୍ଡାଦେଶର ଦାବି ନେଇ ଝାରସୁଗୁଡ଼ା ୟୁଥ୍‌ଙ୍କ ପକ୍ଷରୁ ଗତ 2 ତାରିଖ ଦିନ ଏକ ବିରାଟ ରାଲି କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଟାଉନ ଥାନାକୁ ଘେରାଉ କରାଯାଇଥିଲା । ଅନ୍ୟପଟେ ଯେପର୍ଯ୍ୟନ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଇନାହିଁ, ସେପର୍ଯ୍ୟନ୍ତ ଜିଲ୍ଲାବାସୀ ଚୁପ ରହିବେ ନାହିଁ ବୋଲି କହିଥିଲେ ଆନ୍ଦୋଳନକାରୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.