ETV Bharat / state

ସଡକ ସୁରକ୍ଷା ସଚେତନତା ରାଲି - ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଲମ୍ବୋଦର ବୁଡା

ଝାରସୁଗୁଡା ଜିଲ୍ଲା ପୋଲିସ, ପରିବହନ ବିଭାଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସଚେତନତା ରାଲି । ଅଧିକ ପଢନ୍ତୁ

ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ
ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ
author img

By

Published : Oct 19, 2022, 3:46 PM IST

ଝାରସୁଗୁଡା: ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଜିଲ୍ଲା ପୋଲିସ ଓ RTO ବିଭାଗ ପକ୍ଷରୁ ଏହି ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଝାରସୁଗୁଡା ବସଷ୍ଟାଣ୍ଡରୁ ବାହାରି ମନମୋହନ ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା । ଅନୁଷ୍ଠିତ ହୋଇଥିବା ଏହି ରାଲିରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି l

ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ

ତେବେ ସ୍କୁଲ ଛୁଆମାନେ ଗାଡି ନ ଚଲାଇବା , ମଦ୍ୟପାନ କରି ଏବଂ ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନା ବେଳେ ହେଲମେଟ ପିନ୍ଧିବା, ଚାରି ଚକିଆ ଯାନ ଚଳାଚଳ ବେଳେ ସିଟ ବେଲ୍ଟ ବାନ୍ଧିବା ସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି lଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରାଲି ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନର ଆବଶ୍ୟକ ବିଷୟରେ ଅବଗତ କରାଇବା ଏହି ରାଲିର ଉଦ୍ଦେଶ୍ୟ ବୋଲି ଜିଲ୍ଲା ପରିବହନ ବିଭାଗ ଅଧିକାରୀ ଦୀନବନ୍ଧୁ ଶୁଣ୍ଢୀ ପ୍ରକାଶ କରିଛନ୍ତି l

ତେବେ ଏନେଇ ଝାରସୁଗୁଡ଼ା ର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଲମ୍ବୋଦର ବୁଡା କହିଛନ୍ତି, " ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଡିଏଭି ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ବସଷ୍ଟାଣ୍ଡରୁ ବାହାରି ମନମୋହନ ସ୍କୁଲ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଜିଲ୍ଲା ପୋଲିସ ସାମିଲ ହୋଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଏହି ଟ୍ରାଫିକ ସଚେତନତା ଚାଲିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.