ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ, 20ରୁ ଊର୍ଦ୍ଧ୍ବ ଆହତ

author img

By

Published : Nov 11, 2019, 10:06 PM IST

ଝାରସୁଗୁଡ଼ା ଜିଲ୍ଲାର ପଣ୍ଡରିପଥର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁ୍ର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ପଣ୍ଡରିପଥର ନିକଟରେ ସଡକ ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଉଛନ୍ତି ସାଲୋଟିକ୍ରା ଗାଁ ଈଶ୍ବର କଣ୍ଟା। ଗୁରୁତରଙ୍କୁ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ସୋମବାର ସନ୍ଧ୍ୟାରେ ଝାରସୁଗୁଡା ପଣ୍ଡରିପଥର ନିକଟରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକ କାମ ସାରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସେମାନଙ୍କ ଟ୍ରାକ୍ଟର ଖରାପ ହୋଇଯାଇଥିଲା । ପରେ ସେହି ବାଟ ଦେଇ ଯାଉଥିବା ଟ୍ରାକ୍ଟରକୁ ଶ୍ରମିକ ଲିପ୍ଟ ମାଗି ବସିଥିଲେ। ହେଲେ ଟ୍ରାକ୍ଟର ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବାରୁ ଏକ ବୁଲାଣି ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିଯାଇଥିଲା । ଟ୍ରାକ୍ଟରରେ 30ରୁ ଊର୍ଦ୍ଧ୍ବ ଶ୍ରମିକ ବସିଥିଲେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଟ୍ରାକ୍ଟର ଓଲଟି ଜଣେ ମୃତ, 20 ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ। ସମସ୍ତ ଆହତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତର ।

ଆଜି ସଂଧ୍ୟା ରେ ଝାରସୁଗୁଡ଼ା ପଣ୍ଡରିପଥର ନିକଟରେ ଦିନମଜୁରୀଆ ଭାବେ କାମ କରୁଥିବା ଶ୍ରମିକମାନେ ଏକ କାମ ସାରି ଏକ ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ଖରାପ ହୋଇଥିଲା କିଛି ସମୟ ପରେ ସେହି ରାସ୍ତାରେ ଅନ୍ୟଏକ ଟ୍ରାକ୍ଟର ଯାଉଥିବା ଦେଖି ସେହି ଟ୍ରାକ୍ଟରକୁ ଶ୍ରମିକମାନେ ଅଟକାଇ ଥିଲେ ଓ ଟ୍ରାକ୍ଟରରେ ବସିଥିଲେ କିନ୍ତୁ ଟ୍ରାକ୍ଟର ଡ୍ରାଇଭର ମଦପିଇ ଟ୍ରାକ୍ଟର ଚଳାଉଥିବା ପରେ ଜାଣିବାକୁ ପାଇଲେ ସେତେବେଳେକୁ ଏକ ବୁଲାଣିରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିଯାଇଥିଲା । ଟ୍ରାକ୍ଟର ରେ 30ରୁ ଉର୍ଦ୍ଧ୍ବ ଶ୍ରମିକ ବସିଥିଲେ। ମୃତକ ଶ୍ରମିକ ହେଲେ ସାଲେଟିକ୍ରା ଗାଁ ର ଈଶ୍ୱର କଣ୍ଟା ।Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.