ଝାରସୁଗୁଡା: ବ୍ରଜରାଜନଗରରେ ଧରାପଡ଼ିଲା ଟ୍ରେନରୁ ଚାଉଳ ଚୋରି । ଚାଉଳ ନେଇ ଯାଉଥିବା ମାଲବୋଝେଇ ରେଳଗାଡ଼ି ଲଜକୁରା ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ରେଳ ଡ଼ବାର ଗେଟ୍ ଖୋଲି ଚାଉଳ ଚୋରି କରୁଥିଲେ ଦୁର୍ବୁତ୍ତ ।
ରେଳଡ଼ବା ଖୋଲାଥିବା ରେଳ କର୍ମଚାରୀ ଦେଖବା ପରେ ଯାଞ୍ଚ ଆରମ୍ଭ କରାଯାଇଥିଲା । 20 କ୍ବିଣ୍ଟାଲ ଚାଉଳ ଜବତ କଲା ବ୍ରଜରାଜନଗର ଆରପିଏଫ ପୋଲିସ । ଏହି ଘଟଣାରେ 4 ଅଟକ ଅଛନ୍ତି । ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି । ତେଲେଙ୍ଗାନାରୁ ଖଡ଼ଗପୁର ଟ୍ରେନରେ ଚାଉଳ ଯାଉଥିବା ବେଳେ ବ୍ରଜରାଜନଗରର ଲଜକୁରା ନିକଟରେ ଚାଉଳ ଲୁଟ୍ ହୋଇଥିଲା ।
ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ