ଝାରସୁଗୁଡା: ବେଦାନ୍ତ କାରଖାନାର ମୁଖ୍ୟ ଫାଟକରେ ଧାରଣାରେ ବସିଲେ କାତିକେଲା ଗ୍ରାମବାସୀ । ବିସ୍ଥାପନ ସମସ୍ୟା ନେଇ ଗ୍ରାମବାସୀ ଫାଟକ ନିକଟରେ ବସିଥିବା ଜଣାପଡିଛି । 4 ବର୍ଷ ହେବ ଆସପଣ୍ଡ ଭୁଶୁଡିବା ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଉ ନ ଥିବାରୁ ଧାରଣାରେ ବସିଛନ୍ତି କାତିକେଲା ଗ୍ରାମବାସୀ ।
ଫଳରେ ଆଜି(ଗୁରୁବାର) ସକାଳେ ବାଧ୍ୟ ହୋଇ କାତିକେଲା ଗ୍ରାମବାସୀ ବେଦାନ୍ତର ଏକ ନମ୍ବର ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପ୍ରତିଶ୍ରୁତି ସତ୍ତ୍ୱେ କାତିକେଲା ଗ୍ରାମର ୩୨୨ ପରିବାରଙ୍କୁ ବିସ୍ଥାପିତ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ