ETV Bharat / state

ସାଧା ପୋଷାକରେ ଅଣ ପୋଲିସ ଗାଡି ଡ୍ରାଇଭର ଦେଖାଇଲେ ପୋଲିସଗିରି - ବ୍ରଜରାଜନଗର

ପୋଲିସ ସାମ୍ନାରେ ଘରୋଇ ଗାଡି ଡ୍ରାଇଭର ଦେଖାଇଲେ ପୋଲିସଗିରି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏହିଭଳି ଘଟଣା । ଅଧିକ ପଢନ୍ତୁ...

ସାଧା ପୋଷାକରେ ଅଣ ପୋଲିସ ଗାଡି ଡ୍ରାଇଭର ଦେଖାଇଲେ ପୋଲିସଗିରି

author img

By

Published : Jul 5, 2020, 3:02 AM IST

ଝାରସୁଗୁଡା: ଜିଲ୍ଲାରେ ଆରମ୍ଭ ହୋଇଛି ସାପ୍ତାହିକି ଦୁଇ ଦିନିଆ ସଟଡାଉନ । ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିବା ଅଭିଯୋଗରେ ଜଣେ ଯୁବକକୁ ମଝି ବଜାରରେ ସର୍ବ ସମ୍ମୁଖରେ କରାଯାଇଛି ଉଠବସ । ଅନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ସାଧା ପୋଷାକରେ ଦେଉଥିଲେ ଏହି ଦଣ୍ଡ । ଆଉ ଦଣ୍ଡ ଦେଉଥିବା ଏହି ବ୍ୟକ୍ତି ଜଣକ ପୁଣି ନିଜେ ପିନ୍ଧିନଥିଲେ ମାସ୍କ ।

ସାଧା ପୋଷାକରେ ଅଣ ପୋଲିସ ଗାଡି ଡ୍ରାଇଭର ଦେଖାଇଲେ ପୋଲିସଗିରି

ବ୍ୟକ୍ତି ଜଣକ ହେଉଛନ୍ତି ଯୋଶୀ ତାଣ୍ଡି । ସେ ହାତରେ ଲମ୍ବା ଠେଙ୍ଗା ଧରି ଯୁବକକୁ ମାରିବାକୁ ଉଦ୍ୟମ କରିବା ସହ ଗାଳି ଗୁଲଜ କରି କାନ ଧରି ଉଠବସ କରାଉଛନ୍ତି । ତାହାପୁଣି ସବୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ । ଦଣ୍ଡ ଦେଉଥିବା ବାବୁ ଜଣକ ହେଉଛନ୍ତି ବ୍ରଜରାଜନଗର ଥାନା ଗାଡି ଚଳାଉଥିବା ଜଣେ ଘରୋଇ ଡ୍ରାଇଭର । ତାଙ୍କୁ ଦଣ୍ଡ ଦେବାକୁ କିଏ ଅଧିକାର ଦେଲା ବୋଲି ବ୍ରଜରାଜନଗର ଅଞ୍ଚଳର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ପକ୍ଷରେ ଏହି ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିବାରୁ ତଦନ୍ତ ଆରମ୍ଭ କରାଯିବ ବୋଲି ଏସପି କହିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.