ETV Bharat / state

ବରଗଡ଼ ଲୋକସଭା ଆସନରେ ହେବ ତ୍ରିମୁଖୀ ଲଢେଇ - Jharsuguda

ବରଗଡରେ ବହୁ ତୁଙ୍ଗ ନେତାଙ୍କ ବିପକ୍ଷରେ ଲଢିବେ କଂଗ୍ରେସର ପ୍ରଦୀପ ଦେବତା। ଲୋକସଭା ଆସନରୁ ଶ୍ରୀ ଦେବତା ଲଢୁଥିବା ବେଳେ ବିଜେପିର ସୁରେଶ ପୂଜାରୀ ଓ ବିଜେଡିରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଝାରସୁଗୁଡା ଅଞ୍ଚଳର ବିକାଶ କଥା ଉଠାଇ ପ୍ରଶ୍ନ କରିଛନ୍ତି ପ୍ରଦୀପ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Mar 26, 2019, 12:48 PM IST

ଝାରସୁଗୁଡା: ରୋଚକ ସ୍ଥିତିରେ ବରଗଡ ଲୋକସଭା ଆସନ। ବହୁ ପୁରୁଖା ନେତାମନ୍ତ୍ରୀଙ୍କ ସହ ଲଢିବେ କଂଗ୍ରେସର ନୂଆ ମୁହଁ ପ୍ରଦୀପ ଦେବତା। ରାଜ୍ୟରେ 19 ବର୍ଷର ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରକୁ ସମଲୋଚନା କରିଛନ୍ତି ପ୍ରଦୀପ। ରାଜ୍ୟ ପାଇଁ ଉଭୟ ବିଜେଡ଼ି ଓ ବିଜେପି ସରକାର କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବତଟ ରେଳବାଇ ଅଧିନରେ ଥିବା ଝାରସୁଗୁଡ଼ା ଡିଭିଜନ ଏଠାରୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଦେବତା କହିଛନ୍ତି । ଯଦି ସେ ବିଜୟ ହୁଅନ୍ତି ତେବେ ସେ ଏହି ପ୍ରସଙ୍ଗକୁ ନେଇ ସଂସଦକୁ ନେବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସେ ଆହୁରି ମଧ୍ୟ କହିଛନ୍ତି ଝାରସୁଗୁଡା ଓ ବ୍ରଜରାଜନଗରରେ କେବଳ ବେକାରୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଚାଷୀଙ୍କୁ ଅଣଦେଖା କରାଯାଉଛି। କଂଗ୍ରେସ ସରକାର ଚାଷୀଙ୍କ ସମସ୍ତ ଋଣ ଛାଡ କରିଯିବା ସହ ନିଯୁକ୍ତିକୁ ଗୁରୁତ୍ବ ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପ୍ରତିଶୃତି ଦେଇଛନ୍ତି।

ସୂଚନାଯୋଗ୍ୟ ପ୍ରଦୀପଙ୍କ ବିପକ୍ଷରେ ବିଜେଡିରୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେପିର ସୁରେଶ ପୂଜାରୀ ଏହି ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି ଏହି ଲୋକସଭା ଆସନ ଅନ୍ତର୍ଗତ ବିଜେପୁରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା ବେଳେ ଭଟଲୀରୁ ସୁଶାନ୍ତ ସିଂ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ ଲଢୁଛନ୍ତି।

ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦୁଇ ବିଧାନସଭା ଆସନ ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ଆସନ ଏଠାରୁ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡି ନେତା ନବ ଦାସ, କିଶୋର ମହାନ୍ତି ଓ ବିଜେପିର ରାଧାରାଣୀ ପଣ୍ଡା। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଅଙ୍କ କଷାକଷି। ୨୦୧୪ରେ ବିଜେଡିରୁ ବିଜୟ ହୋଇଥିବା ପ୍ରଭାସ ସିଂହଙ୍କୁ ଦଳ ଟିକେଟ୍ ନଦେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭା ଆସନ ପାଇଁ ଟିକେଟ୍ ଦେଇଛି। ଅନ୍ୟପଟେ ବିଜେପି ମଧ୍ୟ ସୁବାସ ଚୌହାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଛି। ତେବେ କଂଗ୍ରେସ ସଞ୍ଜୟ ଭୋଇଙ୍କୁ ବଦଳାଇ ନବାଗତ ପ୍ରଦୀପ ଦେବତା ଉପରେ ଭରସା ରଖିଥିବା ବେଳେ ଦୁଇ ଭେଟରାନଙ୍କୁ କେତେ ଟକ୍କର ଦେଉଛନ୍ତି ତାହା ମେ 23ରେ ଜଣାପଡିବ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.