ETV Bharat / state

ରାସ୍ତାରେ ପୋଲିସର ନାକାବନ୍ଦୀ, ରେଳଲାଇନ ଦେଇ ଘର ବାହୁଡିଲେ ଶ୍ରମିକ

author img

By

Published : Mar 29, 2020, 11:44 PM IST

କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି 21 ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ କରାଯାଇଛି ତାଲା ବନ୍ଦ । ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ କୃଷି ଓ ଶିଳ୍ପ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରର କାର୍ଯ୍ୟରତ ଅନ୍ୟ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ପାଇଁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର ।

Police restriction on roads, jharsuguda latest news, migrant found in jharsuguda, migrant crossing through railway line in jharsuguda, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଝାରସୁଗୁଡାରେ ରେଳଲାଇନ ପାଖରୁ ଶ୍ରମିକ ଉଦ୍ଧାର, ରାସ୍ତାରେ ପୋଲିସର ନାକାବନ୍ଦୀ, ଝାରସୁଗୁଡାରେ ଦାଦନ ଉଦ୍ଧାର
ରାସ୍ତାରେ ପୋଲିସର ନାକାବନ୍ଦୀ, ରେଳଲାଇନ ଦେଇ ଘର ବାହୁଡିଲେ ଶ୍ରମିକ

ଝାରସୁଗୁଡା: କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି 21 ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ କରାଯାଇଛି ତାଲା ବନ୍ଦ । ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ କୃଷି ଓ ଶିଳ୍ପ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରର କାର୍ଯ୍ୟରତ ଅନ୍ୟ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ପାଇଁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ କୋରୋନା କଟକଣା କଡାକଡି ହେବା ପରେ ବିଭିନ୍ନ କଳ କାରଖାନାରେ କାମ କରୁଥିବା ଶ୍ରମିକ ଓ ଠିକା ଶ୍ରମିକମାନେ ରୋଜଗାର ହରାଇ ନିଜ ଘରକୁ ଫେରିବା ପାଇଁ ଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଫଳରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିରେ ଥିବା ଶ୍ୟାମ ମେଟାଲିକ୍ସ କାରଖାନାରେ କାମ କରୁଥିବା 44ରୁ ଉର୍ଦ୍ଧ୍ବ ଶ୍ରମିକ ଛତିଶଗଡ଼କୁ ଯିବା ପାଇଁ ମୁଖ୍ୟ ରାସ୍ତା ଛାଡି ରେଳ ଲାଇନର ସାହାରା ନେଇଛନ୍ତି ।

କାରଣ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ପୋଲିସର ନାକାବନ୍ଦୀ ଲାଗିଥିବାରୁ ପୋଲିସ ଅଟକାଇବା ଭୟରେ ରେଳ ଲାଇନରେ ଚାଲି ଚାଲି ଛତିଶଗଡ଼ର ବିଳାସପୁର ଓ ଚମ୍ପା ଯାଉଥିଲେ ଏହି ଶ୍ରମିକ । ରବିବାର ସନ୍ଧ୍ୟାରେ ସରବାହଲ ନିକଟରେ କିଛି ସ୍ବେଚ୍ଛାସେବୀ ସେମାନଙ୍କୁ ଅଟକାଇ ପ୍ରଶାସନକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳକୁ ଝାରସୁଗୁଡା ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ ସମେତ ଝାରସୁଗୁଡା ଥାନା ଅଧିକାରୀ ପହଞ୍ଚି ସମସ୍ତ ଶ୍ରମିକମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ଏଥିସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଶ୍ରମିକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଉପଜିଲ୍ଲାପାଳ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.