ETV Bharat / state

ଝାରସୁଗୁଡ଼ାରେ ପୋଲିସ ଡିଜି ଅଭୟ - ଅକ୍ସିଜେନ୍

ରାଉରକେଲାରେ ପହଞ୍ଚି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ । ପୋଲିସର ଦାୟିତ୍ବକୁ ପ୍ରଶଂସା କଲେ ଡିଜିପି । ଅଧିକ ପଢନ୍ତୁ...

ଝାରସୁଗୁଡ଼ାରେ ପୋଲିସ ଡିଜି ଅଭୟ
ଝାରସୁଗୁଡ଼ାରେ ପୋଲିସ ଡିଜି ଅଭୟ
author img

By

Published : May 2, 2021, 9:03 PM IST

ଝାରସୁଗୁଡା: କୋରୋନା କଟକଣା ଓ ସରକାରଙ୍କ ଘୋଷିତ 14 ଦିନିଆ ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ଝାରସୁଗୁଡା, ସମ୍ବଲପୁର ଓ ରାଉରକେଲା ପୋଲିସକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ |

ଝାରସୁଗୁଡ଼ାରେ ପୋଲିସ ଡିଜି ଅଭୟ

ରାଉରକେଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରି ହେଲିକେପ୍ଟର ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ସେଠାରୁ ସମ୍ବଲପୁର ଯାଇ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରୋ କୋରୋନା ସ୍ଥିତିର ସମୀକ୍ଷା କରିଥିଲେ ଡିଜି ଅଭୟ | ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଯଶବନ୍ତ ଜାଠୁଆ ଏହି କାର୍ଯ୍ୟକ୍ରମରେ ଉପସ୍ଥିିତ ଥିଲେ ।

ପଶ୍ଚିମ ଓଡିଶାର ପଡୋଶୀ ରାଜ୍ୟ ସୀମାକୁ ଲାଗି ରହିଥିବା ଏହି 3 ପୋଲିସ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ଅନେକାଂଶରେ ଲୋକେ କଟକଣାକୁ ମାନୁଥିବା କହିଥିଲେ ଡିଜିପି | କିନ୍ତୁ କାଁ ଭାଁ ନିୟମକୁ ଫୁ' କରୁଥିବା ଅମାନିଆଙ୍କୁ ସାବାଡ କରିବାକୁ ସମସ୍ତ ଆଇନଗତ ଦିଗ ଅନୁସାରେ ପଦକ୍ଷେପ ନେବାକୁ ପୋଲିସ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ତା ସହିତ 6 ଟି ରାଜ୍ୟକୁ ଅକ୍ସିଜେନ୍ ପଠାଇବା କାର୍ଯ୍ୟସହ ପୋଲିସର ଦାୟିତ୍ବକୁ ପ୍ରଶଂସା କରିଛନ୍ତି |

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.