ଝାରସୁଗୁଡା: ଲଗାଣ ବର୍ଷାରେ ଉବୁଟୁବୁ ଝାରସୁଗୁଡ଼ା ସହର। ବୁଧବାର ସନ୍ଧ୍ୟାରୁ ଝାରସୁଗୁଡା ଜିଲ୍ଲାରେ ବର୍ଷା ଲାଗି ରହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଝାରସୁଗୁଡ଼ା ଏସପି ଅଫିସ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।
ଯାହାଫଳରେ ଜିଲ୍ଳା ହସ୍ପିଟାଲକୁ ଯାଉଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ଏହି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେଇ ଲଇକେରା ଏବଂ କିର୍ମିରା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଧ୍ୟ ସଂଯୋଗ କରୁଛି । ତେଣୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ବୁଡିବା ସହ କେନାଲର ପାଣି ମୁଖ୍ୟ ରାସ୍ତା ଉପରେ ବହୁଛି। ଏଦିଗରେ ଝାରସୁଗୁଡା ମ୍ୟୁନିସିପାଳିଟିକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ