ଝାରସୁଗୁଡ଼ା:ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ସେବା ବାତିଲ କରାଯାଇଛି । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡାରୁ ଦିଲ୍ଲୀକୁ ବିମାନ ଯାତ୍ରା କରିଥାନ୍ତା । ହେଲେ ଏହା ବାତିଲ ହେବା ପରେ ବିମାନ ବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ଯଦି ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା ତେବେ ବାରମ୍ବାର ସମୟ ପରିବର୍ତ୍ତନ କରାଯାଉଥିଲା । କିନ୍ତୁ ଆଗରୁ କାହିଁକି ସୂଚନା ଦିଆଗଲା ନାହିଁ ।
ଦିଲ୍ଲୀ ଯିବା ପାଇଁ କିଛି ଯାତ୍ରୀ ଝାରସୁଗୁଡ଼ାର ଥିବାବେଳେ କିଛି ଯାତ୍ରୀ ସମ୍ବଲପୁର, ସୁନ୍ଦରଗଡ଼, ରାଉଲକେଲାରୁ ଆସିଥାନ୍ତି । କୋରୋନା ସମୟରେ ବିଳମ୍ବିତ ରାତିରେ କେମିତି ଯାତ୍ରୀ ନିଜ ଘରକୁ ଫେରି ପାରିବେ। ଅନ୍ୟ ପକ୍ଷରେ କୋରୋନା ସମୟରେ ହୋଟେଲ ମଧ୍ୟ ମିଳି ପାରିବ ନାହିଁ ।
ଯଦି କିଛି ସମସ୍ୟା ଉପୁଜେ ତେବେ ଏହାର ଦାୟିତ୍ଵ କିଏ ନେବ ? ଅନ୍ୟ ପକ୍ଷରେ କିଛି ଯାତ୍ରୀଙ୍କର ଦିଲ୍ଲୀ ଠାରୁ ଅନ୍ୟ ସ୍ଥାନକୁ ମଧ୍ୟ ଯିବା ପାଇଁ ଲିଙ୍କ ବିମାନ ଟିକେଟ ହୋଇ ସାରିଥିଲା । ଫଳରେ ବିମାନ ବନ୍ଦରରେ ସୁରକ୍ଷା କର୍ମୀ, ସ୍ପାଇସଜେଟ କର୍ତ୍ତୃପକ୍ଷ ଏବଂ ଏପରିକି ଏୟାର ହଷ୍ଟେସ ମାନଙ୍କ ସହିତ ଯାତ୍ରୀଙ୍କର ବଚସା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହା ଯାନ୍ତ୍ରିକ ତ୍ରୁଟି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ