ଝାରସୁଗୁଡା: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିପାଇଁ ଜିଲ୍ଲାର ରାଜନୀତି ପୁରା ସରଗରମ ହୋଇଉଠିଛି। ଯଦିଓ କୋଭିଡ୍ କଟକଣା ଦୃଷ୍ଟିରୁ ଶୋଭାଯାତ୍ରା, ରାଲିକୁ ବାରଣ କରାଯାଇଛି, ତଥାପି ନାମାଙ୍କନକୁ ନେଇ ଗାଁ ଗାଁରେ ଉଷ୍ମତା ଦେଖାଦେଇଛି । ୱାର୍ଡ ସଭ୍ୟରୁ ଆରମ୍ଭ କରି ସମିତି ସଭ୍ୟ ଏବଂ ସରପଞ୍ଚ ଆଶାୟୀ ଯାଏ ନାମାଙ୍କନ ଦାଖଲ ପାଇଁ କିଛି ଜଣ ପ୍ରସ୍ତୁତି କରୁଥିବାବେଳେ ଆଉ କିଛି ଆଜି ନାମାଙ୍କନ ଦାଖଲ କରୁଥିବା ଦେଖିବାକୁ ମିଳିଛି।
ଏହା ମଧ୍ୟ ପଢନ୍ତୁ: ସରପଞ୍ଚ ପଦବୀ ପାଇଁ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ
ଅପରପକ୍ଷେ, ଟିକେଟରୁ ବଞ୍ଚିତ ଆଶାୟୀ ଦଳବଦଳ କରିବାର ସମ୍ଭାବନା ଥିବାରୁ ଆଉ ୩ରୁ ୪ଦିନ ମଧ୍ୟରେ ବିଜେଡି ଏବଂ ବିଜେପିର ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ