ETV Bharat / state

ଝାରସୁଗୁଡ଼ାରେ ଧାନକିଣା ଅବ୍ୟବସ୍ଥା, ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ

ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଚାଷୀ । ପଞ୍ଚମ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଅଧିକ ପଢନ୍ତୁ...

author img

By

Published : Feb 27, 2021, 3:51 PM IST

ଝାରସୁଗୁଡ଼ାରେ ଧନକିଣା ଅବ୍ୟବସ୍ଥା , 5ମ ଦିନରେ ଚାଷୀଙ୍କ ଆନ୍ଦୋଳନ
ଝାରସୁଗୁଡ଼ାରେ ଧନକିଣା ଅବ୍ୟବସ୍ଥା , 5ମ ଦିନରେ ଚାଷୀଙ୍କ ଆଝାରସୁଗୁଡ଼ାରେ ଧନକିଣା ଅବ୍ୟବସ୍ଥା , 5ମ ଦିନରେ ଚାଷୀଙ୍କ ଆନ୍ଦୋଳନନ୍ଦୋଳନ

ଝାରସୁଗୁଡ଼ା: ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଚାଷୀ । ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରାରେ ଚାଷୀଙ୍କ ରାସ୍ତା ଅବରୋଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଧାନ ବିକ୍ରି କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଉପାନ୍ତ ଅଞ୍ଚଳର ରେମତା, ଚାରପାଲି ଓ କନକ ତୋରା ସମବାୟ ସମିତିର ଚାଷୀ ଗତ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାଜପଥ ହଜାର ହଜାର ଧାନ ବସ୍ତା ରାସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।

ଝାରସୁଗୁଡ଼ାରେ ଧନକିଣା ଅବ୍ୟବସ୍ଥା , 5ମ ଦିନରେ ଚାଷୀଙ୍କ ଆନ୍ଦୋଳନ

ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୨୨ ପ୍ରତିଶତ ଚାଷୀ ପଞ୍ଜିକରଣ କରିଥିବା ସତ୍ତ୍ବେ ଧାନ ବିକ୍ରି କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଆନ୍ଦୋଳନକାରୀ ଚାଷୀ ଅଭିଯୋଗ କରିଛନ୍ତି । ସମସ୍ୟା ବାବଦରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅବଗତ କରିବା ସତ୍ତ୍ବେ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହେବାରୁ ଏପରି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଚାଷୀଙ୍କ ସହ ଆଲୋଚନା କରି ଧାନ କିଣା ପ୍ରକ୍ରିୟା ବନ୍ଦ ହୋଇ ନଥିବାରୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଚାଷୀ ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟାଇବା ନାହିଁ ବୋଲି ରୋକଠୋକ ଶୁଣାଇ ଆନ୍ଦୋଳନ ଜାରି ରଖିଛନ୍ତି।

ଚଳିତ ବର୍ଷ ଜିଲ୍ଲାରେ ୧୮ ହଜାର ୫୧୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୪ ହଜାର ୪୪୮ ଜଣ ଚାଷୀଙ୍କ ଠାରୁ ୮ ଲକ୍ଷ ୪୮ ହଜାର କ୍ବୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣା ପଡିଛି । ଚାଷୀଙ୍କ ଦାବି ଅନୁଯାୟୀ ଲ୍ୟାପ୍ସ ହୋଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା, ପଞ୍ଜିକୃତ ଚାଷୀଙ୍କ ଧାନକ୍ରୟ ସହିତ ଅଯଥାରେ କଟନି ଛଟନି ବନ୍ଦ ଦାବି ନେଇ ଲିଖିତ ପ୍ରତିଶୃତି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.