ETV Bharat / state

ଓପିଜିସି ଅଫିସ ସମ୍ମୁଖରେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 19, 2020, 8:21 PM IST

ଓପିଜିସିର କର୍ମଚାରୀମାନେ ନିଜର ବିଭିନ୍ନ ଦାବି ସଂପର୍କରେ ବାରମ୍ବାର ସରକାରଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ କର୍ମଚାରୀମାନେ ଅଫିସ ସମ୍ମୁଖରେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

OPGC workers protest  in front of office wearing black patches
ଓପିଜିସି ଅଫିସ ସମ୍ମୁଖରେ କଳାବ୍ୟାଚ ପିନ୍ଧି ବକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡା: ଜିଲ୍ଲାର ବନହରପାଲିଠାରେ ଥିବା ଓପିଜିସିର ଶ୍ରମିକ ଓ କର୍ମଚାରୀମାନେ ବିଭିନ୍ନ ସମସ୍ୟାକୁ ନେଇ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଓପିଜିସିର କର୍ମଚାରୀମାନେ ପେନସନ ସ୍କିମ, ମେଡିକ୍ଲେମ ପଲିସି ଆଦି ଦାବି ସଂପର୍କରେ ପରିଚାଳନା କମିଟିକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଓପିଜିସିର 49 ପ୍ରତିଶତ ସେୟାର ଥାଇ ମଧ୍ୟ ଆମେରିକୀୟ କମ୍ପାନୀ ଏଇଏସ (AES) ସଂସ୍ଥା ହଜାର ହଜାର କୋଟି ଟଙ୍କା କ୍ଷତି କରିଥିବା ଅଭିଯୋଗ ଆସିଥିଲା । ଏହାପରେ ରାଜ୍ୟ ସରକାର ନିଜ ହାତକୁ ସମ୍ପୂର୍ଣ୍ଣ ପରିଚାଳନା ଭାର ନେବାକୁ ନିଷ୍ପତ୍ତି ନେଇଥିଲେ । ତଥାପି ଏଇଏସ ଅଧୀନରେ ଥିବା କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ପୁଣି ଥରେ ଓପିଜିସିରେ ନିଯୁକ୍ତ ହେଉଥିବାରୁ ଓପିଜିସିର କର୍ମଚାରୀମାନେ ନିଜ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ବାରମ୍ବାର କର୍ମଚାରୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ଏଥିଯୋଗୁଁ ପ୍ରତିଦିନ କର୍ମଚାରୀମାନେ ଓପିଜିସିର ଅଫିସ ସମ୍ମୁଖରେ କଳାବ୍ୟାଚ୍‌ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସମସ୍ୟାର ସମାଧାନ ନ ହେଲେ ଏହି ପ୍ରଦର୍ଶନ ଜାରି ରହିବ ବୋଲି କର୍ମଚାରୀ ଓ ଅଫିସର ସଂଘ ପକ୍ଷରୁ କୁହାଯାଇଛି । ସମାନ କାମକୁ ସମାନ ଦରମା, ସପ୍ତମ ବେତନ, କମିଶନର ସୁପାରିଶ ତୁରନ୍ତ ଲାଗୁ କରିବା ପାଇଁ ମଧ୍ୟ ଦାବି କରିଛନ୍ତି କର୍ମଚାରୀ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.