ETV Bharat / state

ପିଆଜ ପାଇଁ ପ୍ରତିଯୋଗିତା, 10 ମିନିଟ ରାସ୍ତାଜାମ

ପିଆଜ ପାଇଁ ରାସ୍ତାରେ ଭିଡ଼। ଯିଏ ଯେଉଁଥିରେ ପାଉଛି ପିଆଜ ଗୋଟେଇ ଚାଲିଛି। କିଏ ହାତରେ ଭର୍ତ୍ତି କରି ନେଉଛି ତ ଆଉ କିଏ ବାଇକ ଡିକିରେ ଭର୍ତ୍ତି କରି ଚାଲିଛି। ଅଧିକ ଖବର ପଢନ୍ତୁ...

ରାସ୍ତାରେ ହେଲା ପିଆଜ ଗୋଟାଇବା ପ୍ରତିଯୋଗୀତା
ରାସ୍ତାରେ ହେଲା ପିଆଜ ଗୋଟାଇବା ପ୍ରତିଯୋଗୀତା
author img

By

Published : Jan 12, 2020, 11:18 PM IST

ଝାରସୁଗୁଡ଼ା: ପିଆଜ ପାଇଁ ରାସ୍ତାରେ ଭିଡ଼। ଯିଏ ଯେଉଁଥିରେ ପାଉଛି ପିଆଜ ଗୋଟେଇ ଚାଲିଛି। କିଏ ହାତରେ ଭର୍ତ୍ତି କରି ନେଉଛି ତ ଆଉ କିଏ ବାଇକ ଡିକିରେ ଭର୍ତ୍ତି କରି ଚାଲିଛି। କିନ୍ତୁ ଯେଉଁ ମାନଙ୍କ ହାବୁଡରେ ଏହି ମୂଲ୍ୟବାନ ଜିନିଷ ଟି ପଡିଛି ସେମାନଙ୍କ ଖୁସି କହିଲେ ନସରେ।

ରାସ୍ତାରେ ହେଲା ପିଆଜ ଗୋଟାଇବା ପ୍ରତିଯୋଗୀତା

କିଛିଦିନ ତଳେ ପିଆଜର ଭାଉ ଦେଖି ହାତ ମାରିହେଉ ନଥିଲା । ମାତ୍ର ଏବେ ପିଆଜ ଦର ଟିକେ କମ ହୋଇଥିବା ବେଳେ ମଧ୍ୟ ଲୋକଙ୍କ ଭିଡ଼ ଦେଖି ଜାଣି ହେଉଛି ପିଆଜର ଚାହିଦା କେତେ । ପିଆଜର ଦାମ ଏତେ ବଢି ଯାଇଥିଲା ଯେ କିଛି ଲୋକଙ୍କ ରୋଷେଇ ଘରୁ ଏହି ଦରକାରୀ ଜିନିଷଟି ଗାଏବ ହୋଇଯାଇଥିଲା ।

ହେଲେ ବିଲେଇ ଭାଗ୍ୟକୁ ଶିକା ଛିଡିଲା ପରି ରବିବାର ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ରାସ୍ତାରେ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ଦେଖେଣାହାରୀଙ୍କୁ ହସେଇ ହସେଇ ବେଦମ କରିବା ସହ ପିଆଜ ଗୋଟାଉଥିବା ଲୋକଙ୍କୁ ଖୁସ୍ କରିଦେଇଛି। ତେବେ ଜଣେ ବ୍ୟକ୍ତି ସନ୍ଧ୍ୟାରେ ବାଇକରେ ବସ୍ତାଏ ପିଆଜ ନେଇ ଯାଉଥିବା ବେଳେ ବେଲପାହାଡ଼ ଫାଟକ ଅଞ୍ଚଳରେ ଉକ୍ତ ବାଇକରୁ ଏକ ପିଆଜ ବସ୍ତା ପଡିଯାଇଥିଲା।

ଯାହାକୁ ଦେଖିବା ପରେ ରାସ୍ତାରେ ଯାଉଥିବା ଲୋକେ ପିଆଜ ଗୋଟେଇବା ପାଇଁ ଭିଡ଼ ଜମାଇଥିଲେ। ଏହି ପିଆଜ ଗୋଟାଇବା ପ୍ରତିଯୋଗିତାରେ ମହିଳା, ପୁରୁଷ , ଗାଡି ବାଲା ଏପରିକି ଭିଆଇପି ମାନେ ମଧ୍ୟ ଗୋଟାଇବାରେ ଲାଗିଥିଲେ। ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇପଡିଥିଲା ରାସ୍ତା।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା: ପିଆଜ ପାଇଁ ରାସ୍ତାରେ ଭିଡ଼। ଯିଏ ଯେଉଁଥିରେ ପାଉଛି ପିଆଜ ଗୋଟେଇ ଚାଲିଛି। କିଏ ହାତରେ ଭର୍ତ୍ତି କରି ନେଉଛି ତ ଆଉ କିଏ ବାଇକ ଡିକିରେ ଭର୍ତ୍ତିକରି ଚାଲିଛି। କିନ୍ତୁ ଯେଉଁ ମାନଙ୍କ ହାବୁଡରେ ଆଜି ଏହି ମୂଲ୍ୟବାନ ଜିନିଷଟି ପଡିଛି ସେମାନଙ୍କ ଖୁସି କହିଲେ ନସରେ।
କିଛିଦିନ ତଳେ ପିଆଜର ଯେଉଁ ଭାଉ ହାତ ମାରିହେଉ ନଥିବା ବେଳେ ବର୍ତ୍ତମାନ ଏବେ ପିଆଜ ଦର କମ ହୋଇଥିବା ବେଳେ ମଧ୍ୟ ଲୋକଙ୍କ ଭିଡ଼ ଦେଖି ଜଣିହେଉଛି ପିଆଜର ଚାହିଦା କେତେ । ପିଆଜର ଦାମ ଏତେ ବଢି ଯାଇଥିଲା ଯେ କିଛି ଲୋକଙ୍କ ରୋଷେଇ ଘରୁ ଏହି ଦରକାରୀ ଜିନିଷଟି ଗାଏବ ହୋଇଯାଇଥିଲା । ହେଲେ ବିଲେଇ ଭାଗ୍ୟକୁ ଶିକା ଛିଡିଲା ପରି ଆଜି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ରାସ୍ତାରେ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ଦେଖେଣାହାରୀଙ୍କୁ ହସେଇ ହସେଇ ବେଦମ କରିବା ସହ ପିଆଜ ଗୋଟାଉଥିବା ଲୋକଙ୍କୁ ଖୁସ୍ କରିଦେଇଛି।ତେବେ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟା 08:15 ରେ ବାଇକରେ ବସ୍ତାଏ ପିଆଜ ନେଇ ଯାଉଥିବା ବେଳେ ବେଲପାହାଡ଼ ଫାଟକ ଅଞ୍ଚଳରେ ଉକ୍ତ ବାଇକରୁ ଏକ ପିଆଜ ବସ୍ତା ପଡିଯାଇଥିଲା। ଯାହାକୁ ଦେଖିବା ପରେ ରାସ୍ତାରେ ଯାଉଥିବା ଲୋକେ ପିଆଜ ଗୋଟେଇବା ପାଇଁ ଭିଡ଼ ଜମେଇଥିଲେ।ଏହି ପିଆଜ ଗୋଟାଇବା ପ୍ରତିଯୋଗିତାରେ ମହିଳା,ପୁରୁଷ , ଗାଡି ଵାଲା ଏପରିକି ଭିଆଇପି ମାନେ ମଧ୍ୟ ଗୋଟାଇବାରେ ଲାଗିଥିଲେ। ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଲୋକରଣ୍ୟ ହୋଇପଡିଥିଲା। ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ଭାଇରଲ ହେବା ସହ ଏବେ ବେଲପାହାଡ଼ ରର ଚର୍ଚ୍ଚାର ବିଷୟ ପାଲଟିଛି।Body:..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.