ETV Bharat / state

କୋଇଲା ଅଭାବରୁ ଓପିଜିସିରେ ଗୋଟିଏ ୟୁନିଟ ବନ୍ଦ

author img

By

Published : Oct 15, 2019, 3:41 AM IST

କୋଇଲା ସଙ୍କଟ ଯୋଗୁଁ ସୋମବାରଠାରୁ ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସିରେ ୨୧୦ ମେଗାୱାଟ ବିଶିଷ୍ଟ ଗୋଟିଏ ୟୁନିଟକୁ ବନ୍ଦ କରିଦିଆଯାଇଛି ।

କୋଇଲା ଅଭାବରୁ ଓପିଜିସିରେ ଗୋଟିଏ ୟୁନିଟ ବନ୍ଦ

ଝାରସୁଗୁଡା: ଓପିଜିସିରେ କୋଇଲା ସଙ୍କଟ ଯୋଗୁଁ ୨୧୦ ମେଗାୱାଟ ଗୋଟିଏ ୟୁନିଟ ବନ୍ଦ କରିଦିଆୟାଇଛି । ୨୪ ହଜାର ବଦଳରେ ଏମସିଏଲ ୧୪ ହଜାର ମେଟ୍ରିକ ଟନ୍ କୋଇଲା ଦେଉଛି । ଫଳରେ ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସିରେ ସୋମବାରଠାରୁ 2 ନମ୍ବର ୟୁନିଟକୁ ବନ୍ଦ କରାଯାଇଥିବା ଓପିଜିସିର ବରିଷ୍ଠ ଅଧିକାରୀ ଦିଲୀପ କୁମାର ପଣ୍ଡା କହିଛନ୍ତି |

ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି | ଏହିପରି ସମସ୍ୟା ଲାଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି |

କୋଇଲା ଅଭାବରୁ ଓପିଜିସିରେ ଗୋଟିଏ ୟୁନିଟ ବନ୍ଦ

ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ରହିଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱ୍ଟାଟ ବିଜୁଳି ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି | ଓପିଜିସିର ପ୍ରଥମ ଓ ଦ୍ବିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବାବେଳେ ଦୈନିକ ଆବଶ୍ୟକ 8 ହଜାର ମେଟ୍ରିକ୍ ଟନ କୋଇଲା | ଗତ ଜାନୁଆରୀ ମାସରେ ଲୋକାର୍ପିତ 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ 16 ହଜାର ମେଟ୍ରିକ୍ ଟନ କୋଇଲା | ଏହିପରି ଦୈନିକ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ 14 ହଜାର ମେଟ୍ରିକ ଟନ କୋଇଲା ଯୋଗାଉଛି ଫଳରେ ଓପିଜିସିର 4ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇପଡିଛି |

ଅନ୍ୟପଟେ କୋଇଲା ଯୋଗାଣକୁ ନେଇ ପ୍ରତିକ୍ରିୟା ରଖିଛି ଏମସିଏଲ । ଓପିଜିସିକୁ ଦୈନିକ ୮ ହଜାର ମେଟ୍ରିକ ଟନ ଦେବା ପାଇଁ ଚୁକ୍ତିବଦ୍ଧ ଥିବାବେଳେ ୧୪ ହଜାର ଟନ କୋଇଲା ଯୋଗାଇ ଦିଆଯାଉଛି । କୋଇଲା ସଙ୍କଟ ଦୂର ପାଇଁ ଲଖନପୁର ଖୋଲାମୁଁହ କୋଇଲା ଖଣି ବଦଳରେ ଏମସିଏଲର ଯେକୌଣସି ଅନ୍ୟ ଖଣିରୁ କୋଇଲା ନେବା ପାଇଁ ଓପିଜିସିକୁ କୁହାଯାଇଥିବା ସୂଚନା ଦେଲେ ଲୋକ ସମ୍ପର୍କ ଅଧିକାରୀ ବିନାୟକ ଜାମୱାଲ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:କୋଇଲା ସଙ୍କଟ ର ପ୍ରଭାବ , ୨୧୦ ମେଗାୱାଟ ଗୋଟିଏ ୟୁନିଟ ବନ୍ଦ କଲା ଓପିଜିସି । ୨୪ ହଜାର ବଦଳରେ ଏମସିଏଲ ଦେଉଛି ୧୪ ହଜାର ମେଟ୍ରିକ ଟନ୍ ।ଓପିଜିସିରେ ଉତ୍କଟ ହୋଇଛି କୋଇଲା ସଙ୍କଟ । ୨୧୦ ମୋଗାୱାଟ ବିଶିଷ୍ଟ ଗୋଟିଏ ୟୁନିଟକୁ ବନ୍ଦ କରିଦେଇଛି ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସି । ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ରହିଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱ୍ଟାଟ ବିଜୁଳୀ ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି |ଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ ଆବଶ୍ୟକ 8 ହଜାର ମେଟ୍ରିକ୍ ଟନ କୋଇଲା | ଗତ ଜାନୁଆରୀ ମାସରେ ଲୋକାର୍ପିତ 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ 16 ହଜାର ମେଟ୍ରିକ୍ ଟନ କୋଇଲା | ଏହିପରି ଦୈନିକ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ 14 ହଜାର ମେଟ୍ରିକ ଟନ କୋଇଲା ଯୋଗାଉଛି ଫଳରେ ଓପିଜିସିର 4ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇ ପଡିଛି |ପୁର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲା ରୁ 4ଟି ଯାକ ୟୁନିଟକୁ ଚଳାଇ ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି |ଫଳରେ ଆଜି ଠାରୁ 2 ନମ୍ବର ୟୁନିଟକୁ ବନ୍ଦ କରାଯାଇଥିବା କହିଛନ୍ତି ଓପିଜିସି ର ବରିଷ୍ଠ ଅଧିକାରୀ ଦିଲୀପ କୁମାର ପଣ୍ଡା |ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତୁପକ୍ଷ ନିଷ୍ପତ୍ତି ନେଇଥିବା ଜଣା ପଡିଛି |ଏହିପରି ସମସ୍ୟା ଲାଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି |

ଅନ୍ୟପଟେ କୋଇଲା ଯୋଗାଣ କୁ ନେଇ ପ୍ରତିକ୍ରିୟା ରଖିଛି MCL । ଓପିଜିସି କୁ ଦୈନିକ ୮ ହଜାର ମେଟ୍ରିକ ଟନ ଦେବା ପାଇଁ ଚୁକ୍ତିବଦ୍ଧ ଥିବାବେଳେ ୧୪ ହଜାର ଟନ କୋଇଲା ଯୋଗାଇ ଦିଆଯାଉଛି । କୋଇଲା ସଙ୍କଟ ଦୂର ପାଇଁ ଲଖନପୁର ଖୋଲାମୁଁହ କୋଇଲା ଖଣି ବଦଳ ରେ MCL ର ଯେକୌଣସି ଅନ୍ୟ ଖଣି ରୁ କୋଇଲା ନେବା ପାଇଁ OPGC କୁ କୁହାଯାଇଥିବା ସୂଚନା ଦେଲେ ଲୋକ ସମ୍ପର୍କ ଅଧିକାରୀ ବିନାୟକ ଜାମୱାଲ ।

ବାଇଟ1:ଦିଲୀପ କୁମାର ପଣ୍ଡା, DGM (HR), OPGC
ବାଇଟ2:ବିନାୟକ ଜାମୱାଲ ,ଲୋକ ସମ୍ପର୍କ ଅଧିକାରୀ, MCL -BurlaBody:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.