ETV Bharat / state

ଲୋକଙ୍କ ବିରୋଧ ସତ୍ତ୍ବେ 100 ବର୍ଷ ତଳର ବୃକ୍ଷ କାଟିଲା ପ୍ରଶାସନ - 100 ବର୍ଷ ତଳର ବୃକ୍ଷ କାଟିଲା ପ୍ରଶାସନ

ବେଲପାହାଡ ସହର ମଧ୍ୟରେ ଶହେ ବର୍ଷ ତଳୁ ରହିଥିବା ବଡ଼ବଡ ଗଛକୁ ଆଜି ପ୍ରବଳ ବିରୋଧ ମଧ୍ୟରେ କାଟିଛି ପ୍ରଶାସନ । ଅଧିକ ପଢନ୍ତୁ...

ଲୋକଙ୍କ ବିରୋଧ ସତ୍ତ୍ବେ 100 ବର୍ଷ ତଳର ବୃକ୍ଷ କାଟିଲା ପ୍ରଶାସନ

author img

By

Published : Aug 23, 2021, 9:06 PM IST

ଝାରସୁଗୁଡା: ରାସ୍ତା ନିର୍ମାଣ ସକାଶେ ବଳି ପଡିଲା 100 ବର୍ଷ ତଳର ମହାଦ୍ରୁମ । ବେଲପାହାଡ ସହର ମଧ୍ୟରେ ଶହେ ବର୍ଷ ତଳୁ ରହିଥିବା ବଡ଼ବଡ ଗଛକୁ ଆଜି ପ୍ରବଳ ବିରୋଧ ମଧ୍ୟରେ କାଟିଛି ପ୍ରଶାସନ । ଟିଆରଏଲ କ୍ରୋସାକି କାରଖାନା ସମ୍ମୁଖରେ ଥିବା ପ୍ରାୟ 8ଟି ବଡ ବଡ ବରଗଛ ଆଜି ଜୀବନ ଯୁଦ୍ଧରେ ହରିଗଲେ । ତାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରି ପ୍ରଶାସନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ । ଗଛ ନ କାଟିବା ଜିଦରେ ଧାରଣାରେ ଲୋକମାନେ ବସିଥିଲେ ।

ଲୋକଙ୍କ ବିରୋଧ ସତ୍ତ୍ବେ 100 ବର୍ଷ ତଳର ବୃକ୍ଷ କାଟିଲା ପ୍ରଶାସନ

କିନ୍ତୁ, ସହରର ରାସ୍ତା ପ୍ରଶସ୍ତିକରଣ ଓ ସୁନ୍ଦରତା ବୃଦ୍ଧି ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗଛ କାଟିବାକୁ ଅନୁମତି ଦିଆଯାଇଥିଲା । ସାଧାରଣ ଲୋକଙ୍କ ବିରୋଧ ଓ ଜିଦ୍ ଫଳରେ ପ୍ରଶାସନ ମଧ୍ୟ ନିଜ ଜିଦରେ ଅଟଳ ରହି ଦୀର୍ଘ ସମୟର ଆଲୋଚନାରେ ବିଫଳ ହୋଇଥିଲା ।

ପରେ ବଳ ପ୍ରୟୋଗ କରି ଗଛ କଟାକୁ ବିରୋଧ କରୁଥିବା 8 ଜଣ ଲୋକଙ୍କୁ ଗିରଫ କରିବା ପରେ ଗଛ କଟା ଅଭିଯାନ ଆରମ୍ଭ କରିଥିଲା । ବୃକ୍ଷ ରୋପଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ସମୟରେ ଏପରି କାହିଁକି କରାଯାଇଛି ବୋଲି କହିବା ସହ ବୃକ୍ଷ ବି ସୁରକ୍ଷିତ ରହୁ ଓ ରାସ୍ତା ବି ତିଆରି ହେଉ ବୋଲି ଦାବି କରିଥିଲେ। ଗଛ ନ କାଟି ଉନ୍ନୟନ କାର୍ଯ୍ୟ କରାଯାଇ ପାରିଥାନ୍ତା ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.