ETV Bharat / state

Reservation Issue: ଆସନ ସଂରକ୍ଷଣ ଦାବିରେ ଆଦିବାସୀଙ୍କ ଓଡିଶା ବନ୍ଦ ଡାକରା - ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଆଦିବାସୀଙ୍କ ଓଡ଼ିଶା ବନ୍ଦ ଡାକରା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ୫ ଘଣ୍ଟିଆ ବନ୍ଦ ଡାକରା। ଆଦିବାସୀଙ୍କର ସଂରକ୍ଷଣ ଆସନକୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି ଆଦିବାସୀ ସମାଜ । ଏନେଇ ଆଦିବାସୀ ସମାଜ ପକ୍ଷରୁ ଆଜି ସକାଳ ୯ ଟାରୁ ଅପରାହ୍ନ ୨ ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

odisha bandh by tribal for reservation seats in panchayat election
ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଆଦିବାସୀଙ୍କ ଓଡ଼ିଶା ବନ୍ଦ ଡାକରା
author img

By

Published : Jan 5, 2022, 3:13 PM IST

ଝାରସୁଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବିରେ ୫ ଘଣ୍ଟିଆ ବନ୍ଦ ଡାକରା । ଆଦିବାସୀ ସଂରକ୍ଷିତ ଆସନକୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି ଆଦିବାସୀ ସମାଜ । ଏନେଇ ଆଦିବାସୀ ସମାଜ ପକ୍ଷରୁ ଆଜି (ବୁଧବାର) ସକାଳ ୯ ଟାରୁ ଅପରାହ୍ନ ୨ ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଆଦିବାସୀଙ୍କ ଓଡ଼ିଶା ବନ୍ଦ ଡାକରା

ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବସଷ୍ଟାଣ୍ଡ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବନ୍ଦ ପାଳନ ବେଳେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଯାଇଥିଲା । ହେଲେ ପୁଲିସ ପକ୍ଷରୁ ହସ୍ତକ୍ଷେପ କରାଯାଇ ଯାନବାହାନ ଚଳାଚଳକୁ ସ୍ବାଭାବିକ କରାଯାଇଛି । ଅନ୍ୟପଟେ ସମସ୍ତ ଦୋକାନ ବଜାର ଖୋଲା ରହିଛି । ତେବେ ଏହି ଆନ୍ଦୋଳନକୁ ସିପିଆଇ, କଂଗ୍ରେସ, ସିପିଏମ ଆଦି ଦଳ ପକ୍ଷରୁ ସମର୍ଥନ କରାଯାଇଛି । ନିର୍ବଚନରେ ସଂରକ୍ଷିତ ଥିବା ଆଦିବାସୀମାନଙ୍କ ଆସନକୁ ବେଆଇନ ଉଚ୍ଛେଦ କରାଯାଇଥିବା ଆଦିବାସୀ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି ।

୨୦ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଆଦିବାସୀ ସମାଜ । ସରକାର ଆଦିବାସୀଙ୍କ ହକ ପାଇଁ ଆସନ ପ୍ରଦାନ କରନ୍ତୁ ବୋଲି ଆଦିବାସୀ ସମାଜ ପକ୍ଷରୁ ଦାବି କରାଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.