ଝାରସୁଗୁଡ଼ା: ଡିସେମ୍ବର ଦ୍ଵିତୀୟ ସପ୍ତାହ ହେଲାଣି । ତଥାପି ଶୀତ ଅନୁଭୂତ ହେଉନାହିଁ। ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ଏବେବି ୧୪ ଡିଗ୍ରୀ ଉପରେ ରହୁଛି। ଏଣୁ ଲୋକେ ଶୀତ ଅନୁଭବ କରୁ ନାହାନ୍ତି । ସାଧାରଣ ଭାବରେ ନଭେମ୍ବର ଶେଷ ଓ ଡିସେମ୍ବର ମାସ ପହିଲା ବେଳକୁ ଝାରସୁଗୁଡାରେ ଶୀତର ପ୍ରଭାବ ଅନୁଭୂତ ହୋଇଥାଏ । ଏହି ସମୟ ବେଳକୁ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥାଏ । ହେଲେ ଏଥର ସେଭଳି ହେବାପରି ଦେଖାଯାଉ ନାହିଁ।
ଅତୀତରେ ଭଲ ବ୍ୟବସାୟ କରିଥିବାରୁ ଏଥର ଦୋକାନ ସଂଖ୍ୟା ମଧ୍ୟ ଅଧିକ ରହିଛି । ମାତ୍ର ବ୍ୟବସାୟରେ ଫରକ୍ ପଡିଥିବା କିଛି ବ୍ୟବସାୟୀ ମତ ଦେଇଛନ୍ତି । ଶୀତ ନ ଥିବାରୁ ଶୀତବସ୍ତ୍ର ବିକ୍ରି ହେଉନାହିଁ । ଫଳରେ ଦୁଇ ପଇସା ରୋଜଗାର ପାଇଁ ପସରା ମେଲାଇଥିବା ବ୍ୟବସାୟୀମାନଙ୍କ ଆଶା ମଉଳିବାକୁ ବସିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ